fbpx

ରଖେ ହରି ମାରେ କିଏ: ୧୫ ସେକେଣ୍ଡରେ ମୃତ୍ୟୁକୁ ଦୁଇଥର ଚକମା ଦେଲା ୮ ବର୍ଷର ବାଳକ[Video]

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏମିତି ଏକ ଭିଡିଓ ଯାହା ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରିଯିବ । ସାଇକେଲ ଚଳାଉଥିବା ଜଣେ ୮ ବର୍ଷର ବାଳକ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ଏହି ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହୋଇଛି । କେରଳର ଏହି ୮ ବର୍ଷର ବାଳକ ଜଣଙ୍କ ମୃତ୍ୟୁକୁ ଥରେ ନୁହେଁ ଦୁଇ ଥର ଚକମା ଦେଇଥିଲା । ତାହା ପୁଣି ମାତ୍ର କିଛି ସେକେଣ୍ଡର ବ୍ୟବଧାନ ମଧ୍ୟରେ । ସିସିଟିଭିରେ କଏଦ ନ ହୋଇଥିଲେ ଏହି ଘଟଣାକୁ ବିଶ୍ୱାସ କରିବା ମଧ୍ୟ ଅସମ୍ଭବ ।

୮ ବର୍ଷର ବାଳକଟିର ସାଇକେଲ ବସ ତଳେ ଚକଟି ହୋଇ ଯାଇଥିବା ବେଳେ ସାମାନ୍ୟ ଖଣ୍ଡିଆ ଖାବରା ସହିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା । ପିଲାଟି ରାସ୍ତା ଦାଢରୁ ସାଇକେଲ ନେଇ ହଠାତ ରାସ୍ତା ମଝିକୁ ପଶି ଆସିଥିଲା । କେରଳ ରାଜ୍ୟ ପରିବହନ ନିଗର ଏକ ବସ୍ ଆସୁଥିବା ବେଳେ ସାମ୍ନାରେ ଥିଲା ଏକ ବାଇକ୍ । ବାଇକରେ ସାମାନ୍ୟ ଟକ୍କର ସହିତ ପିଲାଟି ରାସ୍ତାର ଆର ପଟକୁ ଛିଟିକି ପଡିଥିଲା । ସାଇକେଲଟି ରାସ୍ତା ମଝିରେ ପଡିଥିବା ବେଳେ ପିଲାଟି ଆର ପଟରେ ପଡିଥିଲା । ଦେଖନ୍ତୁ ଭିଡିଓ…………..

 

Get real time updates directly on you device, subscribe now.