fbpx

ମହିଳା ଉସ୍କାଇବା ଭଳି ଡ୍ରେସ୍ ପିନ୍ଧିଥିଲେ ହେବନାହିଁ ଯୌନ ଉତ୍ପୀଡ଼ନ କେସ୍ ! ଅଦାଲତଙ୍କ ଟିପ୍ପଣୀ ପରେ ଉଠିଲା ବିବାଦ

ନୂଆଦିଲ୍ଳୀ: ଯଦି ମହିଳା ଉସ୍କେଇବା ଭଳି ଡ୍ରେସ୍ ପିନ୍ଧୁଛନ୍ତି ତେବେ ଅଭିଯୁକ୍ତଙ୍କ ଉପରେ ଆଇପିସିର ସେକ୍ସନ ୩୫୪ ଅନୂଯାୟୀ ଯୌନ ଉତ୍ପୀଡ଼ନ ମାମଲା ହେବ ନାହିଁ । ଉତ୍ତର କେରଳ କୋଝିକୋଡେ ଜିଲ୍ଲା ଅଦାଲତ (Court)ଙ୍କ ଏହି ନିଷ୍ପତ୍ତି ପରେ ବିବାଦ ଆରମ୍ଭ ହୋଇଯାଇଛି । ବିଚାରପତି ଏସ୍, କୃଷ୍ଣକୁମାର ଲେଖକ ସିଭିକ୍ ଚନ୍ଦ୍ରନଙ୍କ ଆଗୁଆ ଜାମିନ୍ ଦେବା ସହ ଏହି ଟିପ୍ପଣୀ କରିଥିଲେ । ଚନ୍ଦ୍ରନଙ୍କ ଉପରେ ଜଣେ ଲେଖିକାଙ୍କ ସହ ଦୁର୍ବ୍ୟବହାର ନେଇ ଅଭିଯୋଗ ରହିଥିଲା ।

ଚନ୍ଦ୍ରନଙ୍କୁ ଜାମିନ୍ ଦେବା ସହ ଜଜ୍ ଟିପ୍ପଣୀ କରିଥିଲେ ଯେ ଅଭିଯୁକ୍ତଙ୍କ ତରଫରୁ ନିଜ ଦସ୍ତାବେଜ ସହ ଯେଉଁ ଫଟୋ ଦିଆଯାଇଛି, ସେଥିରୁ ଜଣାପଡ଼ୁଛି ଯେ ଅଭିଯୋଗକର୍ତ୍ତା ଏଭଳି ଡ୍ରେସ ପିନ୍ଧିଥିଲେ ଯାହା ଉସ୍କାଇବା ପରି । ଏମିତିରେ IPC ଧାରା ୩୫୪ ଅନୂଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ହେଉ ନାହିଁ ।

ଅଦାଲତ ଏହି ମାମଲାରେ ଏଫଆଇଆରରେ ବିଳମ୍ବ କାହିଁକି ହୋଇଥିଲା । ଏହି କେସ୍ ରେ ଏଫଆଇଆର ଦୁଇ ବର୍ଷ ପରେ ରୁଜୁ ହୋଇଥିଲା, ଯେତେବେଳେକି ଫେବୃଆରୀ ୨୦୨୦ ରେ ଘଟିଥିଲା ବୋଲି କୁହାଯାଉଛି ।  କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ ଧରାଯାଉ ଶାରୀରିକ ସଂପର୍କ ହୋଇଥିଲା, କିନ୍ତୁ ଏହା ଉପରେ ବିଶ୍ୱାସ କରିବା ମୁସ୍କିଲ ଯେ ୭୪ ବର୍ଷୀୟ  ଏବଂ ଶାରୀରିକ ଭାବରେ ଦିବ୍ୟାଙ୍ଗ କାହାକୁ ଜୋର ଜବରଦସ୍ତି କୋଳରେ ବସାଇପାରିବେ ଏବଂ ତାଙ୍କର ପ୍ରାଇଭେଟ ପାର୍ଟକୁ ଛୁଇଁପାରିବେ । ଏମିତିରେ ମାମଲାରେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ଦିଆଯିବା ଦରକାର ।

ସେପଟେ ଏହି ମାମଲା ଉପରେ ପ୍ରଶ୍ନ ଉଠାଇ ପୀଡ଼ିତା ଏବଂ ତାଙ୍କ ସଂପର୍କୀୟ ମାନେ କହିଛନ୍ତି ଯେ ଏହା  ଆଶ୍ଚର୍ଯ୍ୟକର ଯେ ସୋସିଆଲ ମିଡିଆର କିଛି ଫଟୋ ଉପରେ ଅଦାଲତ କେମିତି ରାୟ ଦେଇପାରିବେ । ଅଦାଲତଙ୍କ ଏହି ଟିପ୍ପଣୀ ଉପରେ ମହିଳା ସ୍ୱେଚ୍ଛାସେବୀ ଏବଂ ପୂର୍ବ ବିଚାରପତିମାନେ ମଧ୍ୟ ଆପତ୍ତି ଉଠାଇଛନ୍ତି । ମାମଲା ହାଇକୋର୍ଟକୁ ନେବା ପାଇଁ ମଧ୍ୟ ଦାବି ହୋଇଛି । ଏହା ବ୍ୟତୀତ ପୀଡ଼ିତା ମଧ୍ୟ  ଖୁବ୍ ଶୀଘ୍ର ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି ।

ଅଭିଯୋଗ କରିଥିବା ମହିଳାଙ୍କ କହିବା ଅନୂଯାୟୀ ଲେଖଙ୍କ ଏକ ସମ୍ମିଳନୀ ହୋଇଥିଲା ସେଠାରେ ଏହି ଘଟଣା ଘଟିଥିଲା । ନିଜ ଅଭିଯୋଗରେ ମହିଳା କହିଥିଲେ ଯେ ଅଭିଯୁକ୍ତ ଲେଖକ ତାଙ୍କୁ ସବୁବେଳେ କଲ୍ କରି ହଇରାଣ କରୁଥିଲେ । ଆଉ ଯେତେବେଳେ ଏହା ସୀମା ଟପିଥିଲା ସେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.