ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି; ୧୦ ବର୍ଷ ଜେଲ ଦଣ୍ଡ ବଳବତ୍ତର
୨୦୧୯ ମସିହାର ଘଟଣା। ୧୭ ବର୍ଷୀୟା ନାବାଳିକା ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଫେଲ ହୋଇଥିଲେ। ଏହା ସେ ଚାକିରି ଖୋଜୁଥିଲେ
ଥିରୁଅନନ୍ତମ୍ପୁରମ୍୍: ନାବାଳିକାଙ୍କ ଗୁପ୍ତାଙ୍ଗରେ ଜବରଦସ୍ତି ଭାଇବ୍ରେଟର ଉପକରଣ ରଖିବା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଅଦାଲତ ସ୍ପଷ୍ଟ କରିଛନ୍ତି; କୌଣସି ମହିଳା କିମ୍ବା ନାବାଳିକାଙ୍କ ଗୁପ୍ତାଙ୍ଗରେ ଭାଇବ୍ରେଟିଂ ମେସିନ କିମ୍ବା ଅନ୍ୟ କୌଣସି ଉପକରଣ ବ୍ୟବହାର କରିବା କେବଳ ଯୌନ ଉତ୍ପୀଡ଼ନ ନୁହେଁ। ଏହା ପୋକ୍ସୋ ଆଇନ ଅନୁଯାୟୀ ‘ପେନେଟ୍ରେଟିଭ ସେକ୍ସୁଆଲ ଆସଲ୍ଟ’ ଓ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୫(ବି) ଅନୁଯାୟୀ ସିଧାସଳଖ ବଳାତ୍କାର ଶ୍ରେଣୀରେ ଗଣାଯିବ। ତ୍ରିଶୂର ନିବାସୀ ଅଭିଯୁକ୍ତ ଜୋଶି କେ.ଜେ.ଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି।
୨୦୧୯ ମସିହାର ଘଟଣା। ୧୭ ବର୍ଷୀୟା ନାବାଳିକା ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଫେଲ ହୋଇଥିଲେ। ଏହା ସେ ଚାକିରି ଖୋଜୁଥିଲେ। ସେହି ସମୟରେ ତାଙ୍କର ମନସୁନ ମାଭୁଙ୍କାଲଙ୍କ ସହଙ୍କ ଦେଖା ହୋଇଥିଲା। ସେ ପୀଡ଼ିତାଙ୍କୁ କସ୍ମେଟୋଲୋଜି ଶିଖାଇବା ଓ ଚାକିରି ଦେବାର ପ୍ରଲୋଭନ ଦେଇ ନିଜ ଘରକୁ ଡାକି ନେଇଥିଲେ।
Uttarakhand Govt.
ମନସୁନଙ୍କ ସହଯୋଗୀ ଜୋଶି ପୀଡ଼ିତାଙ୍କୁ ଚିକିତ୍ସା କକ୍ଷରେ ଜବରଦସ୍ତି ଶୁଆଇ ଦେଇଥିଲେ। ପରେ ସେ ଏକ ଭାଇବ୍ରେଟିଂ ମେସିନ ସଦୃଶ ଉପକରଣକୁ ପୀଡ଼ିତାଙ୍କ ଯୋନିଦ୍ୱାରରେ ଜବରଦସ୍ତି ଲଗାଇ ଦେଇଥିଲେ। ପୀଡ଼ିତାଙ୍କୁ ଘଟଣା ବିଷୟରେ କାହାକୁ ନକହିବାକୁ ଧମକ ମଧ୍ୟ ଦେଇଥିଲେ। ହେଲେ ପୀଡ଼ିତା ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ କେରଳ କ୍ରାଇମବ୍ରାଞ୍ଚ କରୁଥିଲା। ପୀଡ଼ିତାଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ମନସୁନଙ୍କୁ ଗିରଫ କରିଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହ ବଳାତ୍କାର ଓ ଗୁରୁତର ଯୌନ ନିର୍ୟାତନା ଅଭିଯୋଗରେ ଟ୍ରାଏଲ କୋର୍ଟ ଅଭିଯୁକ୍ତଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ଦେଇଥିଲେ। ଟ୍ରାଏଲ କୋର୍ଟ ରାୟ ବିରୋଧରେ ଅଭିଯୁକ୍ତ ହାଇକୋର୍ଟ ଯାଇଥିଲେ। କେରଳ ହାଇକୋର୍ଟ ମାମଲାର ବିଚାର କରି ସେହି ଦଣ୍ଡକୁ ସମ୍ପୂର୍ଣ୍ଣ ଭାବେ ବୈଧ ବୋଲି କହିଥିଲେ।
ହାଇକୋର୍ଟ କହିଛନ୍ତି; କୌଣସି ଉପକରଣକୁ ଯୋନିଦ୍ୱାରରେ କିମ୍ବା ତାହାର ଆଖପାଖରେ ବ୍ୟବହାର କରିବା ‘ପେନେଟ୍ରେଟିଭ ସେକ୍ସୁଆଲ ଆସଲ୍ଟ’ ଓ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୫(ବି) ଅନୁଯାୟୀ ସିଧାସଳଖ ବଳାତ୍କାର ଶ୍ରେଣୀରେ ଗଣାଯିବ। ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆଇନରେ ନିର୍ଦ୍ଧାରିତ ସର୍ବନିମ୍ନ ୧୦ ବର୍ଷର କାରାଦଣ୍ଡରେ କୌଣସି ଆଇନଗତ ରିହାତି ଦିଆଯାଇ ପାରିବ ନାହିଁ।

