fbpx

ଗାଁରେ ବଢ଼ିଲା ଅବିବାହିତ ପୁରୁଷଙ୍କ ସଂଖ୍ୟା,ବିବାହ କରିବା ପାଇଁ ଗ୍ରାମ ପଞ୍ଚାୟତ କରିଲା କିଛି ଏମିତି..

କେରଳ: ବର୍ତ୍ତମାନ ସମୟରେ ଗୋଟିଏ ଜୀବନସାଥୀ ଖୋଜିବା ବହୁତ କଷ୍ଟକର । ଏଥିପାଇଁ ବହୁତ ଲୋକ ବର୍ତ୍ତମାନ ସୁଦ୍ଧା ଅବିବାହିତ ହୋଇ ମଧ୍ୟ ରହି ଯାଉଛନ୍ତି । ସେହିଭଳି କେରଳର କନ୍ନୁର ଜିଲ୍ଲାରେ ପିନାରାଇ ଗ୍ରାମ ପଞ୍ଚାୟତରେ ଅବିବାହିତ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ପଞ୍ଚାୟତ ଅଗଷ୍ଟ ୨୩ରେ ଏକ ୱେବସାଇଟ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ଯୋଜନ କମିଟି ପିନାରାଇ ପଞ୍ଚାୟତର ସାୟୋଞ୍ଜମ ଯୋଜନାକୁ ଅନୁମୋଦନ କରିଛି ।

ଏହା ଅଧୀନରେ ୩୫ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ପଞ୍ଚାୟତର ବିବାହ ସମ୍ବନ୍ଧୀୟ ୱେବସାଇଟରେ ପଞ୍ଜୀକୃତ କରି ଉପଯୁକ୍ତ ଜୀବନସାଥୀ ପାଇ ପାରିବେ । ପିନାରାଇ ପଞ୍ଚାୟତର ମୁଖ୍ୟ କେ କେ ରାଜୀବନ କହିଛନ୍ତି ଯେ ବିବାହ ପୂର୍ବରୁ ଆଗ୍ରହୀ ଲୋକଙ୍କୁ ପରାମର୍ଶ ଦିଆଯିବ । ସେ କହିଛନ୍ତି ଯେ ପଞ୍ଚାୟତ ସର୍ଭେ କରିଥିବା ରିପୋର୍ଟ ରେ ପ୍ରକାଶ ଯେ ୩୫ ବର୍ଷରୁ ଅଧିକ ଲୋକ ଅବିବାହିତ ଅଛନ୍ତି । ଭିିନ୍ନ ଭିନ୍ନ କାରଣ ରୁ ସେମାନେ ଅବିବାହିତ ଅଛନ୍ତି । ତେବେ ଏହି ସମସ୍ୟାର ମୁକାବିଲା କରିବା ପାଇଁ ଏବଂ ଏହି ଯୋଜନା ଆରମ୍ଭ କରିବା ପାଇଁ କେତେକ ଯୁବ ସଙ୍ଗଠନ ଦଳ ଏବଂ ରାଜନୈତିକ ଦଳ ଆମ ପାଖକୁ ଆସୁଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଏହି ୱେବସାଇଟ ଜରିଆରେ ବିଭିନ୍ନସ୍ଥାନରୁ ଆଗ୍ରହୀ ବ୍ୟକ୍ତି ମାନେ ପଞ୍ଜୀକୃତ କରିପାରିବେ । ଆଉ ଯଦି ତାଙ୍କୁ ଉଚିତ ଜୀବନସାଥୀ ମିଳିଲେ ତେବେ ସେ ଏହି ମାମଲା କୁ ଆଗକୁ ନେବା ପୂର୍ବରୁ ପରାମର୍ଶ ଦେବେ ।
ଏହା ସହିତ ବିବାହରେ ଯଦି କୌଣସି ଅସୁବିଧା ଉପୁଜେ ତେବେ ଏହି ସମସ୍ୟାର ମଧ୍ୟ ସମାଧାନ ଗ୍ରାମ ପଞ୍ଚାୟତ କରିବ । ଟଙ୍କା ର ଅସୁବିଧା ଥିଲେ ଏହି ସମସ୍ୟା ଗ୍ରାମ ପଞ୍ଚାୟତ ବହନ କରିବ ।

Get real time updates directly on you device, subscribe now.