fbpx

ମହାଭାରତର ପଶାପାଲି ରାଜା ହେଉଛନ୍ତି ଶକୁନି;ଆପଣ ଜାଣନ୍ତି କି କେଉଁଠାରେ ଅଛି ତାଙ୍କ ମନ୍ଦିର …

ମହାଭାରତ ଆପଣ ନିଶ୍ଚୟ ଶୁଣିଥିବେ । ଏଭଳି କୌଣସି ଲୋକ ନାହାନ୍ତି ଯେଉଁମାନଙ୍କ ପିଲାଦିନ ମହାଭାରତ ଆଉ ରାମୟଣ ଶୁଣାରେ ବିତି ନଥିବ । ତେବେ ମହାଭାରତରେ ଏଭଳି ଏକ ଚରିତ୍ର ରହିଥିଲା ଯାହା ସବୁ ଲୋକଙ୍କ ଦୃଷ୍ଟି ନିଜ ଆଡକୁ ନିଶ୍ଚୟ ଆକର୍ଷଣ କରିଥିବ । ତେବେ ଏହା ହେଉଛି ମହାଭାରତର ଶକୁନି । ଯାହାଙ୍କ ପଶାପାଲି ଖେଳ ପାଇଁ ପାଣ୍ଡବ ମାନେ ତାଙ୍କର ସର୍ବଶ୍ୱ ହାରି ଯାଇଥିଲେ । ଆଉ କୌରବ ମାନଙ୍କ ଠାରୁ ବାରମ୍ଭାର ପରାଜୟ ସ୍ୱୀକାର କରିଥିଲେ । ତେବେ ଏହି ଶକୁନି ମାମୁଁ ଗୋଟିଏ ପକ୍ଷରୁ ମହାଭାରତ ଯୁଦ୍ଧ ହେବାର କାରଣ ଥିଲେ ବୋଲି କହିଲେ ହୁଏତ ଭୁଲ ହେବ ନାହିଁ ।

ମହାଭାରତରେ ଯେଉଁଭଳି ଅନେକ ଚରିତ୍ରର ବିଶେଷତ୍ୱ ରହିଛି ସେହି ଭଳି ଶକୁନିଙ୍କର ମଧ୍ୟ ରହିଛି ।ତେବେ ମହାଭାରତରେ ତାଙ୍କର ଚରିତ୍ରକୁ ମୁଖ୍ୟତ ଏକ ଖଳନାୟକ ଭୂମିକାରେ ଦର୍ଶାଯାଇଛି । ଯାହା ପାଇଁ ଲୋକମାନେ ତାଙ୍କୁ ସେହି ଦୃଷଷ୍ଟିରେ ହିଁ ଦେଖିଛନ୍ତି । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଶକୁନି ମଧ୍ୟ ତାଙ୍କ ସ୍ଥାନରେ କିଛି ଭୁଲ କରି ନାହାନ୍ତି । ନିଜର ଭଣଜା ମାନଙ୍କୁ ରକ୍ଷା କରିବା ପାଇଁ ଏବଂ ନିଜ ଜୀବନର ଶେଷ ପର୍ଯ୍ୟାୟ ପାଇଁ ତାଙ୍କୁ ଜିତାଇବା ରହିବା ପାଇଁ ସେ ଯେଉଁ ବଚନ ଦେଇଥିଲେ ତାକୁ ପାଳନ ମଧ୍ୟ କରିଥିଲେ ।

ତେବେ ସମସ୍ତଙ୍କର ଚିନ୍ତାଧାର ଏକ ନଥାଏ । ସେଥିପାଇଁ କିଛି ଲୋକ ଶକୁନୀଙ୍କୁ ତାଙ୍କ ବାସ୍ତବିକ ଚରିତ୍ର ପାଇଁ ପୂଜା ମଧ୍ୟ କରିଥାଆନ୍ତି । ଯାହାର ଉଦାହରଣ ସାକ୍ଷୀ ହେଉଛିକେଳରେ ଥିବା ଏକ ଶକୁନୀ ମନ୍ଦିର । କେରଳରେ ମାୟାମକୋଟୁ ମଲନଚାରୁଭୂ ମାଲାନନ୍ଦା ଯାହାକି ପୂର୍ବରୁ ପାଭିଥ୍ରେସ୍ୱରମ ନାମରେ ନାମିତ ଥିଲା । ଏହା କେରଳର କୋଲମ ଜିଲ୍ଲା ର କୋଟାରାକ୍କାରରେ ଅବସ୍ଥିତ ଅଛି ।

ଏହି ମନ୍ଦିରରେ ଏକ ଗ୍ରାନାଇଟ୍ ଶକୁନି ସ୍ଥାପିତ କରା ଯାଇଛି। ଏହାସହ ସେ ଯେଉଁଠାରେ ବସି ତପସ୍ୟା କରନ୍ତି ସେହି ସ୍ଥାନ ମଧ୍ୟ ରହିଛି । ଶକୁନିଙ୍କ ନିଷ୍ଠା, ଦୃଢତା ଏବଂ ଉତ୍ସାହକୁ ପୂଜା କରନ୍ତି। କିମ୍ବଦନ୍ତୀ ଅନୁଯାୟୀ ଶକୁନିଙ୍କୁ ଯୁଦ୍ଧକ୍ଷେତ୍ରରେ ପାଣ୍ଡବ ରାଜା ସହାଦେବଙ୍କ ଦ୍ୱାରା ନିହତ ହୋଇଥିଲେ । ତଥାପି, ଏହା ସତ୍ୟ ଯେ ଶକୁନିଙ୍କ ସ୍ମାରକ ପ୍ରମାଣ କରେ ଯେ ଜଣେ ବ୍ୟକ୍ତିରେ ଉଭୟ ଭଲ ଏବଂ ମନ୍ଦ ବିଦ୍ୟମାନ ଏବଂ ତାଙ୍କର ଆଦର୍ଶ ଉତ୍ସର୍ଗୀକୃତ ନିର୍ଣ୍ଣୟ କରେ ଯେ ସେମାନେ ପୂଜାପାଠର ବସ୍ତୁ ହୋଇପାରିବେ କି ନାହିଁ ।

Get real time updates directly on you device, subscribe now.