କେତନ ଅଗ୍ରଓ୍ୱାଲଙ୍କ ଜେଜେବାପାଙ୍କ ମୃତ୍ୟୁ, ପରିବାର କହିଲା- ସହିପାରିଲେନି ନାତିର ଅକାଳ ବିୟୋଗ
ନାତିକୁ ଝୁରି ଝୁରି ଚାଲିଗଲେ କେତନଙ୍କ ଜେଜେବାପା।
ଓଡିଶାଭାସ୍କର: ବହୁ ଚର୍ଚ୍ଚିତ ପୁଣେର ୨୬ ବର୍ଷୀୟ ଯୁବ ବ୍ୟବସାୟୀ କେତନ ଅଗ୍ରଓ୍ୱାଲଙ୍କ ହତ୍ୟା ଘଟଣା ଏବେ ସମସ୍ତଙ୍କ ମୁହଁରେ। ନିଜର ହେବାକୁ ଯାଉଥିବା ଭାବି ପତ୍ନୀ ଯାହା ସହ ତାଙ୍କର ନିର୍ବନ୍ଧ ସରିଥିଲା। ଆଉ ରାଜକୀୟ ଢଙ୍ଗରେ ବିବାହ ପାଇଁ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଥିଲା।
ହେଲେ ଶେଷରେ ନିଜ ପୁରୁଷବନ୍ଧୁଙ୍କ ସହ ମିଶି କେତନଙ୍କୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇଦେଲା ସିୟା ଗୋୟଲ। ଆଉ ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି।
ହେଲେ ଏହାରି ଭିତରେ ଆଉ ଏକ ଦୁଃଖଦ ଘଟଣା କେତନଙ୍କ ପରିବାରକୁ ଶକ୍ତ ଝଟକା ଦେଇଛି। ପରିବାର ଅନୁଯାୟୀ, କେତନ ଅଗ୍ରୱାଲଙ୍କ ଜେଜେବାପା ଦେବୀଚାନ୍ଦ ଅଗ୍ରୱାଲ ଶନିବାର ରାତିରେ (୪ ଜୁଲାଇ) ପୁଣେର ଜୁପିଟର ହସ୍ପିଟାଲରେ ଦେହାନ୍ତ କରିଛନ୍ତି।
ରିପୋର୍ଟ ଅନୁଯାୟୀ ଡାକ୍ତରମାନେ ତାଙ୍କୁ ପ୍ରାୟ ରାତି ୯:୪୫ ରେ ମୃତ ଘୋଷଣା କରିଥିଲେ। ପରିବାର ସଦସ୍ୟଙ୍କ କହିବା କଥା ସେ ତାଙ୍କ ନାତିର ମୃତ୍ୟୁର ଗଭୀର ଆଘାତକୁ ସହିପାରିଲେ ନାହିଁ, ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବରେ ଖରାପ ହେବାକୁ ଲାଗିଲା। ଏହି ଘଟଣା ପରେ ପରିବାରରେ ଶୋକର ଲହରୀ ଖେଳିଯାଇଛି ଏବଂ ସମ୍ପର୍କୀୟମାନେ ଗଭୀର ଦୁଃଖରେ ଅଛନ୍ତି।


