fbpx

ଧରାପଡ଼ିଲା କିଡନୀ ରାକେଟ, ୩ଲକ୍ଷରେ କିଣି ୩୦ ଲକ୍ଷରେ ବିକୁଥିଲେ

ଦିଳ୍ଲୀ ପୋଲିସକୁ ମିଳିଛି ବଡ଼ ସଫଳତା । ଗରିବ ଲୋକଙ୍କୁ ଟାର୍ଗେଟ କରୁଥିବା କିଛି କିଡନୀ ଦଲାଲଙ୍କର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୋଲିସ । ଏହି ରାକେଟରେ ସମ୍ପୃକ୍ତ ଥିବା ୧୦ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ୧୦ଜଣଙ୍କ ମଧ୍ୟରେ ଜଣେ ଡକ୍ଟର ଥିବା ସୂଚନା ମିଳିଛି । ଏମାନେ ଗରିବ ଲୋକଙ୍କୁ ଟଙ୍କାର ଲୋଭ ଦେଖାଇ ବେଆଇନ କାରବାର କରୁଥିଲେ ।

୨୦ ରୁ ୩୦ ଜଣ ଯୁବକ ଏହି ରାକେଟର ଟାର୍ଗେଟରେ ଥିବା ଜଣାପଡ଼ିଛି । ଯେଉଁମାନେ ପଇସା ପାଇଁ ନିଜ କିଡନୀ ବିକ୍ରି କରିବା ପାଇଁ ରାଜି ଥିଲେ । ପୋଲିସର ସୂଚନା ଅନୁସାରେ ଏହି ମାମଲାରେ ସମ୍ପୃକ୍ତ ଥିବା ହୌଜଖାସ ଅଞ୍ଚଳର ୧୦ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ. ମେ ୨୬ରେ ହୌଜଖାସ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ବେଆଇନ କିଡନୀ ଟ୍ରାନ୍ସପ୍ଲାଣ୍ଟ ରାକେଟ ବିଷୟରେ ସୂଚନା ମିଳିଥିଲା । ଡେପୁଟି କମିଶନର ଅଫ ପୋଲିସ ବେନିତା ମେରୀ ଜାକରଙ୍କ ସୂଚନା ଅନୁସାରେ ଏହି ରାକେଟର କୁଲଦୀପ ବିଶ୍ୱକର୍ମା ଲିଡର ଥିବାବେଳେ ସୋନୀପତର ଗୁହାନା ଅଞ୍ଚଳରେ ଡା. ସୋନୁ ରୋହିଲ୍ଲାଙ୍କ କ୍ଲିନିକରେ ଏହି ବେଆଇନ କିଡନୀ ରାକେଟ ଚାଲୁଥିଲା । ଗତ ୬ ରୁ ୭ ମାସ ମଧ୍ୟରେ ଏହି କ୍ଲିନିକରେ ୧୨-୧୪ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ଏହି ରାକେଟରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ୩ ଲକ୍ଷରେ କିଡନୀ କିଣି ୩୦ଲକ୍ଷରେ ବିକ୍ରି କରୁଥିବାର ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.