fbpx

ଅରୁଣାଞ୍ଚଳ ପ୍ରଦେଶ ସୀମାରେ ଯୁବକଙ୍କୁ ଚୀନ ସୈନ୍ୟଙ୍କ ଅପହରଣ ଅଭିଯୋଗ: ଅପହରଣ ନୁହେଁ ଅଟକ ବୋଲି କହିଲା ସେନା

ଅରୁଣାଞ୍ଚଳ ପ୍ରଦେଶ ସୀମାରେ ଭାରତୀୟ ଯୁବକଙ୍କୁ ଅପହରଣ ଅଭିଯୋଗ ପ୍ରସଙ୍ଗ । ଚୀନ ସୈନ୍ୟଙ୍କ ଦ୍ୱାରା ଅପହରଣ ଅଭିଯୋଗକୁ ଖଣ୍ଡନ କଲା ଭାରତୀୟ ସେନା । ସେନା ପକ୍ଷରୁ କୁହାଯାଇଛି ଯେ ଉକ୍ତ ଯୁବକ ଚୀନ ସୀମାକୁ ଶିକାର ପାଇଁ ଯାଇଥିବାବେଳେ ଅଟକ ଅଛନ୍ତି, ଖୁବଶୀଘ୍ର ସେ ହସ୍ତାନ୍ତର ହେବେ, ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ।

ସୂଚନାଯୋଗ୍ୟ, ଗୁରୁବାର ଅରୁଣାଞ୍ଚଳ ପ୍ରଦେଶର ଜଣେ ୧୭ ବର୍ଷୀୟ ବାଳକ ମିରାମ ତାରୋନଙ୍କୁ ଲୁଙ୍ଗଟା ଅଞ୍ଚଳରୁ ଚୀନ ସୈନ୍ୟ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଅରୁଣାଞ୍ଚଳ ପ୍ରଦେଶର ସାଂସଦ ଓ ବିଧାୟକ ଅପହରଣ ଅଭିଯୋଗ ଆଣିଥିଲେ ।

Get real time updates directly on you device, subscribe now.