fbpx

ପଶୁ କ୍ରୁରତା: ଏସିଡ୍ ଢ଼ାଳି ୫ଟି କୁକୁରଙ୍କୁ ମାରିଦେଲେ ଦୁର୍ବୃତ୍ତ

ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପାଞ୍ଚଟି ବୁଲା କୁକୁରଙ୍କ ଉପରେ ଏସିଡ୍ ପକାଇ ସେମାନଙ୍କ ମାରିଦିଆଯାଇଛି । ପୋଲିସର ସୂଚନାନୁସାରେ, ପିପୁଲ୍ସ ଫର ଆନିମଲ୍ସ (ପିଏଫଏ) ର ସଦସ୍ୟ ପ୍ରିୟାଂଶୁ ଜେନାଙ୍କ ଅଭିଯୋଗ କ୍ରମେ, ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଷ୍ଟେସନରେ ପଶୁ କ୍ରରତା ନିବାରଣ ଆକ୍ଟ ଅଧୀନରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିଛି।

ଶୁକ୍ରବାର ଦିନ ନାଗାଝିରୀ ପୋଲିସ ଷ୍ଟେସନରେ ଧାରା ୪୨୮ ଏବଂ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଅନ୍ୟାନ୍ୟ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଇନ୍ଦୋରରେ ଥିବା ଏକ ପଶୁ ଅଧିକାର ଗୋଷ୍ଠୀଙ୍କ ହେଲପ୍ ଲାଇନ୍ କୁ କୁକୁରଙ୍କୁ ଏସିଡ୍ ଦେଇ ମାରିବା କଥା ନେଇ ଏକ କଲ୍ ଆସିଥିଲା । ଉଜୈନ୍ ର ମହାଲକ୍ଷ୍ମୀ ନଗରରେ ରହୁଥିବା ବୃହରାଜ ପରିହାର ଶୁକ୍ରବାର ଦିନ ରାସ୍ତା ଉପରେ କୁକୁର ମାନେ ପଡ଼ି ଛଟପଯ ହେଉଥିବା ସେ ଦେଖିଥିଲେ ।

ଏହାପରେ ସେ ତୁରନ୍ତ ପଶୁ ଚିକିତ୍ସାଳୟକୁ କୁକୁର ମାନଙ୍କୁ ନେଇଯାଇଥିଲେ । ସେଠାରୁ ସେମାନଙ୍କୁ ଇନ୍ଦୋରକୁ ରେଫର୍ କରିଦିଆଯାଇଥିଲା । ସେଠାରେ ପାଞ୍ଚଟି ଯାକ କୁକୁରଙ୍କ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ପୋଲିସ୍ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତ ମାନଙ୍କୁ ଖୋଜିବାକୁ ଉଦ୍ୟମ ଚଳାଇଛି ।

Get real time updates directly on you device, subscribe now.