ଭୁବନେଶ୍ୱର: କାଲି ବଜ୍ରପାତରେ ଲିଙ୍ଗରାଜ ପତାକା ପୋଡ଼ି ଯାଇଥିବା ସୂଚନା । ଲିଙ୍ଗରାଜ ପତାକା ପୋଡ଼ିଯିବା ପରେ ଏଏସଆଇ ଟିମର ଯାଞ୍ଚ ଆରମ୍ଭ ହୋଇଛି ।
ଏଏସଆଇର ସ୍ୱତନ୍ତ୍ର ଟିମ୍ ମନ୍ଦିର ପରିସରରେ ପହଞ୍ଚି ଯାଞ୍ଚ କରିଥିବା ସୂଚନା । ପୋଡ଼ା ପତାକାକୁ କାଢ଼ି ନୂଆ ପାତାକା ଲଗାଯାଇଛି ।
ମନ୍ଦିରରେ ଆର୍ଥିଂ କାମକୁ ନେଇ ସେବାୟତମାନେ ବଡ଼ ଅଭିଯୋଗ ଆଣିଛନ୍ତି । ପୂର୍ବରୁ କରାଯାଇଥିବା କାମରେ ଏ ପ୍ରକାର ବିଭ୍ରାଟ ଦେଖାଯାଉ ନ ଥିବାବେଳେ ଏବେ ଏଏସଆଇ ଯେଉଁ ଠିକା ସଂସ୍ଥାକୁ ଆର୍ଥିଂ
କାମ ଦେଇଛନ୍ତି ତାହା ଠିକ୍ ଭାବେ କରିନାହିଁ । ଯାହାଫଳରେ ଏ ପ୍ରକାର ଘଟଣା ଘଟିଛି ବୋଲି ସେମାନେ କହିଛନ୍ତି ।
