କ’ଣ ସତରେ ସୁପରହିଟ୍ ଫିଲ୍ମ ‘୩ ଇଡିଅଟ୍ସ’ର ରାଞ୍ଚୋ ହେଉଛନ୍ତି ସୋନମ୍ ୱାଙ୍ଗଚୁକ୍, ଅଭିନେତା କଲେ ବଡ଼ ଖୁଲାସା

କ'ଣ ସତରେ ସୁପରହିଟ୍ ଫିଲ୍ମ ‘୩ ଇଡିଅଟ୍ସ’ର ରାଞ୍ଚୋ ହେଉଛନ୍ତି ସୋନମ୍ ୱାଙ୍ଗଚୁକ୍

ଓଡ଼ିଶା ଭାସ୍କର ଡେସ୍କ: ଲଦ୍ଦାଖର ପ୍ରସିଦ୍ଧ ଇଞ୍ଜିନିୟର ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ନିଜର ଦାବି ପୂରଣ ପାଇଁ ଏବେ ଭୋକ ଉପାସରେ ଆମରଣ ଅନସନରେ ବସିଛନ୍ତି । ତାଙ୍କର ଏହି ସଂଗ୍ରାମକୁ ବଲିଉଡ୍‌ରୁ ଅନେକ ସମର୍ଥନ ମିଳୁଥିବା ବେଳେ ଏବେ ସୁପରଷ୍ଟାର ଆମିର ଖାନଙ୍କ ପୂର୍ବତନ ପତ୍ନୀ ତଥା ନିର୍ଦ୍ଦେଶିକା କିରଣ ରାଓ ଖୋଲାଖୋଲି ଭାବେ ସୋନମଙ୍କ ସପକ୍ଷରେ ବାହାରିଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇ ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରିବାର ବାର୍ତ୍ତା ଦେଇଛନ୍ତି ।

କିରଣ ରାଓଙ୍କ ଭାବପୂର୍ଣ୍ଣ ନିବେଦନ: କିରଣ ରାଓ ସୋସିଆଲ ମିଡିଆରେ ସକ୍ରିୟ ହୋଇ ଲଦ୍ଦାଖର ପରିବେଶ, ଶିକ୍ଷା ଏବଂ ସ୍ଥାନୀୟ ଅଧିକାରର ସୁରକ୍ଷା ପାଇଁ ଚାଲିଥିବା ଲଢ଼େଇକୁ ଅଧିକ ମଜବୁତ କରିଛନ୍ତି । ସେ ଲେଖିଛନ୍ତି ଯେ:

“୧୯ ଦିନ ବିତିଯାଇଥିଲେ ମଧ୍ୟ ଏହି ଅନସନ ଉପରେ ସମ୍ପୂର୍ଣ୍ଣ ନୀରବତା ଦେଖିବା ଅତ୍ୟନ୍ତ ଦୁଃଖଦାୟକ । କ୍ଷମତାରେ ଥିବା ଲୋକଙ୍କୁ ଜନସାଧାରଣଙ୍କ ସ୍ୱର ଶୁଣାଇବା ପାଇଁ ଆଉ କେଉଁ ପଦକ୍ଷେପ ନେବାକୁ ପଡ଼ିବ? ଏହା ଆଶ୍ଚର୍ଯ୍ୟଜନକ ଏବଂ ଅମାନୁଷିକ । ମୁଁ ସରକାରଙ୍କୁ ନିବେଦନ କରୁଛି ଯେ ସେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରନ୍ତୁ, ଛାତ୍ରମାନଙ୍କ କଷ୍ଟକୁ ବୁଝନ୍ତୁ ଏବଂ ଏହି ଅଚଳାବସ୍ଥାର ଅନ୍ତ କରନ୍ତୁ । ସାଧାରଣ ଜନତାଙ୍କର ନିଜ ମତାମତ ରଖିବାର ସମ୍ପୂର୍ଣ୍ଣ ଅଧିକାର ରହିଛି ।”

କିରଣ ରାଓଙ୍କ ଏହି ପଦକ୍ଷେପକୁ ସୋସିଆଲ ମିଡିଆରେ ଅନେକ ପ୍ରଶଂସା ମିଳୁଛି । ସାମାଜିକ ପ୍ରସଙ୍ଗରେ ଚୁପ୍ ନରହି ସେ ନିଜର ସ୍ପଷ୍ଟ ମତ ରଖିଥିବାରୁ ଲୋକେ ତାଙ୍କ ସେନସିଟିଭିଟିକୁ ସ୍ୱାଗତ କରିଛନ୍ତି ।

Uttarakhand Govt.

ଆମିର ଖାନଙ୍କ ବଡ଼ ଖୁଲାସା: ସେପଟେ ଲଣ୍ଡନ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ୍ ରେ ଯୋଗ ଦେଇ ଆମିର ଖାନ ସୋନମ ୱାଙ୍ଗଚୁକଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି, ଯାହା ପରେ ତାଙ୍କର ସୁପରହିଟ୍ ଫିଲ୍ମ ‘୩ ଇଡିଅଟ୍ସ’ର ଲୋକପ୍ରିୟ ଚରିତ୍ର ‘ରାଞ୍ଚୋ’ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।

ଆମିର ସ୍ପଷ୍ଟ କରିଛନ୍ତି ଯେ, ଫିଲ୍ମର ‘ରାଞ୍ଚୋ’ ଚରିତ୍ରଟି ସୋନମ ୱାଙ୍ଗଚୁକଙ୍କ ଦ୍ୱାରା ଅନୁପ୍ରାଣିତ ବା ଇନ୍ସପାୟର୍ଡ ହୋଇନଥିଲା । ଫିଲ୍ମ ସୁଟିଂ ସମୟରେ ସେ ସୋନମଙ୍କୁ ଭେଟି ମଧ୍ୟ ନଥିଲେ । ଏହା ସହିତ ନିକଟରେ ଫିଲ୍ମର ‘ଚତୁର’ (ଓମି ବୈଦ୍ୟ) କରିଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଆମିର କହିଛନ୍ତି ।

କିଏ ଏହି ସୋନମ ୱାଙ୍ଗଚୁକ: ସୋନମ ୱାଙ୍ଗଚୁକ ହେଉଛନ୍ତି ଲଦ୍ଦାଖର ଏକ ସାଧାରଣ ଗାଁରୁ ଆସିଥିବା ଜଣେ ବିଚକ୍ଷଣ ଇଞ୍ଜିନିୟର । ସେ SECMOL ନାମକ ଏକ ସଂଗଠନ ଗଠନ କରିଛନ୍ତି, ଯେଉଁଠାରେ ପିଲାମାନଙ୍କୁ ପାରମ୍ପରିକ ଢଙ୍ଗ ବଦଳରେ ସମ୍ପୂର୍ଣ୍ଣ ପ୍ରାକ୍ଟିକାଲ ଓ ରୋଚକ ଉପାୟରେ ଶିକ୍ଷା ଦିଆଯାଏ ।

ସେ ମରୁଭୂମି ଅଞ୍ଚଳରେ ଜଳ ସଙ୍କଟ ଦୂର କରିବା ପାଇଁ ‘ଆଇସ୍ ଷ୍ଟୁପା’ (Ice Stupa) ଭଳି ପରିବେଶ ଅନୁକୂଳ ଜ୍ଞାନକୌଶଳର ଉଦ୍ଭାବନ କରି ସାରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ସେ ଦୀର୍ଘ ଦିନ ଧରି ଲଦ୍ଦାଖର ସଂସ୍କୃତି, ସ୍ଥାନୀୟ ନିଯୁକ୍ତି ଏବଂ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିଛନ୍ତି ।