fbpx

ରାବଣ ଓ ମନ୍ଦୋଦରୀଙ୍କ ବିବାହ କିପରି ହୋଇଥିଲା, ଆସନ୍ତୁ ଜାଣିବା ପୁରାଣର ସେହି ସ୍ଥାନ ବିଷୟରେ

ଏକଦା ସମଗ୍ର ବ୍ରହ୍ମାଣ୍ଡକୁ ନିଜ ଛତ୍ରଛାୟା ତଳେ ନଚାଇଥିବା ଲଙ୍କା ସ୍ଥପତି ରାବଣ ବିଷୟରେ କିଏ ବା ନ ଜାଣେ । କୁହାଯାଏ, ଭାରତର ଏମିତି ଏକ ସ୍ଥାନ ରହିଛି, ଯେଉଁଠାରେ ରାବଣ ଓ ମନ୍ଦୋଦରୀ ବିବାହ କରିଥିଲେ । ଯୋଧପୁରର ମଣ୍ଡୋରର ରେଳ ଷ୍ଟେସନ ନିକଟରେ ଏକ ପାହାଡ଼ ଉପରେ ଗଣେଶ ଓ ଅଷ୍ଟ ମାତୃକାଙ୍କ ଫଳକ ରହିଛି, ଯାହାକି ରାବଣର ପ୍ରତିମୂର୍ତ୍ତି ବୋଲି ଲୋକେ କୁହନ୍ତି ।

ଯୋଧପୁର ସହରରେ ଲଙ୍କାଧିପତି ରାବଣର ଆଉ ଏକ ମନ୍ଦିର ରହିଛି । ଗୋଧା ଓ ଶ୍ରୀମାଲି ସମ୍ପ୍ରଦାୟର ଲୋକମାନଙ୍କୁ ରାବଣକୁ ପୂଜା କରିଥାନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ରାବଣର ହତ୍ୟା ପରେ ତା’ର ବଂଶଧର ମାନେ ଏଠାରେ ବସବାସ କରୁଥିଲେ । ଏହି ଲୋକମାନେ ନିଜକୁ ରାବଣର ବଂଶଧର ବୋଲି ପରିଚୟ ଦିଅନ୍ତି ।

ବାଲ୍ମିକୀ ରାମାୟଣ ଅନୁଯାୟୀ, ମାୟାସୁର ଦାନବମାନଙ୍କର ବିଶ୍ୱକର୍ମା ଥିଲା । ମାତ୍ରାଧିକ ଅନୁତାପର ଶକ୍ତି ବଳରେ ସେ ବ୍ରହ୍ମାଙ୍କଠାରୁ ଏହି ଶକ୍ତି ହାସଲ କରିଥିଲା । ମାୟାସୁର ନିଜର ପ୍ରିୟ ଅପସରା ହେମାଙ୍କ ପାଇଁ ମଣ୍ଡୋର ପରି ଏକ ସୁନ୍ଦର ସ୍ଥାନ ନିର୍ମାଣ କରିଥିଲା । ମଣ୍ଡୋର ନଗରର ଏକ ପାହାଡ଼ ଉପରେ ଯଜ୍ଞର କିଛି ଅବଶେଷ ଏବେ ମଧ୍ୟ ରହିଛି । ସେଇ ଯଜ୍ଞ ରାବଣ ଦ୍ୱାରା କରାଯାଇଥିବା ଲୋକମାନେ କୁହନ୍ତି ।

ମାୟାସୁର ଓ ହେମାଙ୍କ ଔରଷରୁ ଏକ ସୁନ୍ଦର କନ୍ୟା ମନ୍ଦୋଦରୀ ଜନ୍ମ ନେଇଥିଲା । ମନ୍ଦୋଦରୀକୁ ମଣ୍ଡୁକ ଋଷି ପାଳନ ପୋଷଣ କରିଥିଲେ । ରାବଣର ପ୍ରଚଣ୍ଡ ଶକ୍ତିରେ ପ୍ରସନ୍ନ ହୋଇ ମାୟାସୁର ନିଜର କନ୍ୟା ମନ୍ଦୋଦରୀର ବିବାହ ପାଇଁ ପ୍ରସ୍ତାବ ରଖିଥିଲା । ରାବଣ ମନ୍ଦୋଦରୀକୁ ବିବାହ କରିବା ପାଇଁ ରାଜି ହୋଇଗଲା । ଶେଷରେ ଉଭୟଙ୍କ ମଧ୍ୟରେ ବିବାହ ହୋଇଥିଲା । ଶତାବ୍ଦୀ ଧରି ମଣ୍ଡୋରର ଏହି ପାହାଡ଼ ଉପରେ କିଛି ଅବଶିଷ୍ଟାଂଶ ପଡ଼ି ରହିଛି । ଏହାକୁ ନେଇ ସେଠାରେ ପୂର୍ବରୁ ଏକ ବିଶାଳ କୋଠା ଥିଲା ବୋଲି ଲୋକେ ବିଶ୍ୱାସ କରନ୍ତି ।

Get real time updates directly on you device, subscribe now.