fbpx

ଜାଣନ୍ତୁ ଏହି ଲୋକପ୍ରିୟ ଆମ୍ବ ପ୍ରଜାତି ବିଷୟରେ

ଭୁବନେଶ୍ୱର: କୁହାଯାଏ ଫଳର ରାଜା ହେଉଛି ଆମ୍ବ । ଆଉ ଖରାଦିନେ କାହାକୁ ଆମ୍ବ ଖାଇବାକୁ ଭଲ ନଲାଗିଥାଏ । ପରିବାରର ପିଲାଙ୍କ ଠାରୁ ନେଇ ବୟସ୍କ ସମସ୍ତେ ଆମ୍ବ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । କେବଳ ଓଡ଼ିଶା ନୁହେଁ ଭାରତରେ କୋଣ ଅନୁକୋଣରେ ଲୋକଙ୍କର ଆମ୍ବ ଖାଇବା ପାଇଁ ରହିଛି ବେଶ ଉତ୍ସାହ । ସମସ୍ତେ ଏହାକୁ ଆଗ୍ରହର ସହ ଖାଇଥାନ୍ତି । ତେବେ କ’ଣ ଆପଣ ଜାଣନ୍ତି ଏହି ଆମ୍ବର ଭାରତରେ ପ୍ରାୟ ୧୫୦୦ ପ୍ରଜାତି ରହିଛି, ଯାହା ଦେଶର ଅଲଗା ଅଲଗା ସ୍ଥାନରେ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଖାସ ଆମ୍ବ ପ୍ରଜାତି ବିଷୟରେ ଯାହା ନିଜର ସ୍ୱାଦ ଏବଂ ସୁଗନ୍ଧ ଯୋଗୁଁ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ମଧ୍ୟ ପ୍ରସିଦ୍ଧ ।

ବାଇଗଣପୋଲେଇ:
ଏହି ଆମ୍ବ ଦେଖିବାକୁ ଅଣ୍ଡାକାର ଆକୃତିର ହୋଇଥାଏ ଏହା ପ୍ରାୟ ୧୪ ସେଣ୍ଟିମିଟର ଲମ୍ବର ହୋଇଥାଏ । ଏହା ଉପରେ ହାଲୁକା ଦାଗ ଥାଏ ଏହାହିଁ ଏହାର ପରିଚୟ । ଏହା ମୁଖ୍ୟତଃ ଆନ୍ଧ୍ର ପ୍ରଦେଶରେ ଚାଷ କରାଯାଇଥାଏ ।

ଲେଙ୍ଗଡା ଆମ୍ବ:
ଏହି ଆମ୍ବ ମଧ୍ୟ ଆମ୍ବ ପ୍ରଜାତି ମଧ୍ୟରେ ଖୁବ୍ ପ୍ରସିଦ୍ଧ । ଏହି ଆମ୍ବ ଜୁନ ଜୁଲାଇ ମଧ୍ୟରେ ବଜାରରେ ସହଜରେ ଉପଲବ୍ଧ ହୋଇଥାଏ । ଏହାର ରଙ୍ଗ ହାଲୁକା ହଳଦିଆ ଏବଂ ସବୁଜ ରଙ୍ଗର ମିଶ୍ରଣ ଏହାର ସ୍ୱାଦ ମଧ୍ୟ ବେସ ସୁନ୍ଦର । ଏହା ଓଡ଼ିଶା, ଝାଡଖଣ୍ଡ, ପଞ୍ଜାବ ଭଳି ରାଜ୍ୟରେ ଚାଷ କରାଯାଇଥାଏ ।

ନିଲମ:
ଅନ୍ୟ ଆମ୍ବ ତୁଳନାରେ ନୀଲମ ଆମ୍ବ ର ଏକ ନିର୍ଦ୍ଦିଷ୍ଟ ମଧୁର ଗନ୍ଧ ଥାଏ ଏବଂ ଏହାର ହାଲୁକା କମଳା ରଙ୍ଗର ହୋଇଥାଏ । ଏହା ଓଡ଼ିଶାରେ ମଧ୍ୟ ବହୁଳ ଭାବରେ ଉତ୍ପାଦିତ ହୋଇଥାଏ ।

ଆମ୍ରପଲ୍ଲୀ:
ସଂପୂର୍ଣ୍ଣ ଭାବରେ ପାଚିଲା ପରେ ଏହା ଲାଲ ରଙ୍ଗର ଦେଖାଯାଏ । ଯାହା ଖାଇବାକୁ ଅତି ମିଠା ଲାଗେ । ସମଗ୍ର ଭାରତରେ ଏହି ଆମ୍ବ ମିଳୁଥିଲେ ବି ଓଡ଼ିଶାରେ ମଧ୍ୟ ଏହାର ଚାଷ କରାଯାଇଥାଏ ।

ସୁନ୍ଦରୀ ଆମ୍ବ:
ଏହାର ନାମ ଭଳି ଏହା ଖାଇବାକୁ ମଧ୍ୟ ଖୁବ ସ୍ୱାଦପୂର୍ଣ୍ଣ । ଏହା ମଧ୍ୟ ଏକ ଲୋକପ୍ରିୟ ଆମ୍ବ । ତେବେ ଏହା ମୁଖ୍ୟତଃ କର୍ଣ୍ଣାଟକ, ମହାରାଷ୍ଟ୍ର,କେରଳ ଭଳି ରାଜ୍ୟରେ ଉତ୍ପାଦିତ ହୋଇଥାଏ ।

ମଲ୍ଲିକା:
ଏହାର ସ୍ୱାଦ ମହୁ ସିଟ୍ରସ ଏବଂ ତରଭୁଜ ଭଳି । ଏହା ମଧ୍ୟ ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଚାଷ କରାଯାଇଥାଏ ।

ଦଶେରୀ ଆମ୍ବ:
ଦଶେହରୀ ଆମ୍ବର ଉତ୍ପତି ଲକ୍ଷେ୍ନାର ଦସେରୀ ଗ୍ରାମରୁ ହୋଇଥିବାରୁ ଏହାର ନାମ ରିହିଛି ଦଶେରୀ । ଉତ୍ତର ପ୍ରଦେଶରେ ଏହି ଆମ୍ବକୁ ଅତି ଆଗ୍ରହର ସହ ଖାଇଥାନ୍ତି ।

ହାପୁସ ଆମ୍ବ:
ଏହା ମୁଖ୍ୟତଃ ମହାରାଷ୍ଟ୍ରରେ ଉତ୍ପାଦିତ ହୋଇଥାଏ । ଏହା ଗୁଜରାଟ ଏବଂ କର୍ଣ୍ଣାଟକର କିଛି ସ୍ଥାନରେ ମଧ୍ୟ ଚାଷ କରାଯାଏ । ଏହି ଆମ୍ବର ମଧ୍ୟ ବହୁଳ ଚାହିଦା ରହିଛି । ଏହା ଅନ୍ୟ ଦେଶକୁ ମଧ୍ୟ ରପ୍ତାନୀ କରାଯାଇଥାଏ । ଏହି ଆମ୍ବ ଖାଇବାକୁ ଯେତିକି ସ୍ୱାଦିଷ୍ଟ ଏହାର ସୁଗନ୍ଧ ମଧ୍ୟ ସେତିକି ସ୍ୱତନ୍ତ୍ର ।

ଚୌସା ଆମ୍ବ:
ଧାରଣା ରହିଛି ଷୋଡଶ ଶତାବ୍ଦୀରେ ଶେରଶାହା ସୁରୀ ଲୋକଙ୍କୁ ଏହି ଆମ୍ବ ସହ ପରିଚିତ କରାଇଥିଲେ । ଏହି ଆମ୍ବ ଖାଇବା ପାଇଁ ମଧ୍ୟ ବହୁତ ମିଠା ଏବଂ ଏହ ଗାଢ଼ ନୀଳ ରଙ୍ଗର ହୋଇଥାଏ । ଏହାକୁ ଏହାର ଖାସ ରଙ୍ଗ ଦ୍ୱାରା ଚିହ୍ନିହୁଏ ।

ହିମସାଗର ଆମ୍ବ:
ଏହି ଆମ୍ବ ଖାଇବାକୁ ବହୁତ ମିଠା । ଏହାର ଗୋଟିଏ ଆମ୍ବର ଓଜନ ପ୍ରାୟ ୨୫୦ ଗ୍ରାମରୁ ୩୦୦ ଗ୍ରାମ ହୋଇଥାଏ । ଏହାର ବାହରୁ ଦେଖିବାକୁ ସବୁଜ ରଙ୍ଗର ହୋଇଥିଲେ ବି ଏହା ଭିତରୁ ହଳଦିଆ ରଙ୍ଗର ହୋଇଥାଏ । ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଏହି ଆମ୍ବ ବେସ ଲୋକପ୍ରିୟ ।

ତୋତାପୁରୀ:
ଏହ ଆମ୍ବ ଦେଖିବାକୁ ପକ୍ଷୀ ଆକୃତିର ହୋଇଥାଏ ତେଣୁ ଏହାର ନାମ ତୋତାପୁରୀ ରହିଛି । ଏହି ଆମ୍ବ ଖାଇବାକୁ ହାଲୁକା ଖଟା ଲାଗିଥାଏ । ଏହି ଆମ୍ବ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ତାମିଲନାଡୁରେ ବହୁଳ ଭାବରେ ମିଳିଥାଏ ।

Get real time updates directly on you device, subscribe now.