fbpx

ସୂର୍ଯ୍ୟ ଗୋଟିଏ କ’ଣ, ଏହାର ବୟସ କେତେ: କିଏ ପ୍ରଥମେ ଧ୍ୱଂସ ପାଇବ ପୃଥିବୀ ନା ସୂର୍ଯ୍ୟ, ଜାଣନ୍ତୁ କ’ଣ କହୁଛି ମହାକାଶ ବିଜ୍ଞାନ

ନୂଆଦିଲ୍ଲୀ: ଆପଣମାନେ ଆମର ସୂର୍ଯ୍ୟଙ୍କର ବୟସ କେତେ ଜାଣିଛନ୍ତି? ଏହି ପ୍ରଶ୍ନ ଆପଣଙ୍କ ମନରେ ଏକ କୌତୁହଳ ସୃଷ୍ଟି କରିପାରେ ବା ଜିଜ୍ଞାସାକୁ ଶାନ୍ତ କରିପାରେ । ମାତ୍ର ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଗଭୀର ସମ୍ପର୍କ ବିଷୟରେ ଜାଣିବାକୁ ହେଲେ ସୂର୍ଯ୍ୟ କେତେ ବର୍ଷର ପୁରୁଣା ତାହା ନିଶ୍ଚିତ ଭାବେ ଜାଣିବା ବୈଜ୍ଞାନିକଙ୍କ ପାଇଁ ଜରୁରୀ ହୋଇପଡ଼ିଛି । ତେବେ ଏନେଇ ଅନେକ ପ୍ରଶ୍ନ ଆମ ମନରେ ଆସିବା ସ୍ୱାଭାବିକ । ପୃଥିବୀର ବୟସ କେତେ, ପୃଥିବୀ ସୂର୍ଯ୍ୟ ପୂର୍ବରୁ ସମାପ୍ତ ହୋଇଯିବ କି, ସୂର୍ଯ୍ୟ କେବେ ସମାପ୍ତ ହେବ, ସୂର୍ଯ୍ୟ ସମାପ୍ତ ହେବା ପରେ ପୃଥିବୀର ଅବସ୍ଥା କ’ଣ ହେବ ଏପରି କିଛି ।

ପୃଥିବୀ ପୃଷ୍ଠରେ ଅନେକ ପ୍ରାକୃତିକ ଘଟଣାର ଅଧ୍ୟୟନ କରିବା ପାଇଁ ବୈଜ୍ଞାନିକମାନେ ପୃଥିବୀ, ସୌରମଣ୍ଡଳ, ସୂର୍ଯ୍ୟଙ୍କ ସୃଷ୍ଟି ସହିତ ତାଙ୍କର ବୟସ ଜାଣିବାର ଆବଶ୍ୟକତାକୁ ଅନୁଭବ କରିଛନ୍ତି । କୁହାଯାଉଛି ସୂର୍ଯ୍ୟ ୩.୪୭ ଅରବ ବର୍ଷର ପୁରୁଣା ଏକ ତାରା । ଅନେକ ମଧ୍ୟ ସୂର୍ଯ୍ୟଙ୍କର ବୟସ ୪.୬ ବା ୫ ଅରବ ବର୍ଷ ବୋଲି କହୁଛନ୍ତି । ସୂର୍ଯ୍ୟଙ୍କ କୋରରେ କୋଟି କୋଟି ହାଇଡ୍ରୋଜେନ ଆଣବିକ ଫ୍ୟୁଜନ ପ୍ରକ୍ରିୟା ଦ୍ୱାରା ହିଲିୟମରେ ପରିବର୍ତ୍ତନ ହୋଇଥାନ୍ତି । ସେଥିରୁ ପର୍ଯ୍ୟାପ୍ତ ମାତ୍ରାରେ ଉର୍ଜା ବାହାରିବା ସହ ଅନ୍ୟ ବିକିରଣ ରୂପରେ ସୌରମଣ୍ଡଳର ଚାରିଆଡ଼କୁ ବ୍ୟାପି ଯାଇଥାଏ । ତାପମାତ୍ରାକୁ ଆଧାର କରି ତାରାମାନଙ୍କର ବର୍ଗୀକରଣ କରାଯାଇଥାଏ ।

ଆମର ସୂର୍ଯ୍ୟ ଏକ ତାରା ହୋଇଥିବା ବେଳେ ତାହା ଧଳା ରଙ୍ଗର ହୋଇଥାଏ । ତାରାମାନେ ନିଜର ହାଇଡ୍ରୋଜେନକୁ ହିଲିୟମରେ ପରିବର୍ତ୍ତନ କରିବା ପାଇଁ ଅରବ ବର୍ଷ ସମୟ ନେଇଥାନ୍ତି । ବର୍ତ୍ତମାନ ସୂର୍ଯ୍ୟ ନିଜ ବୟସର ମଧ୍ୟାହ୍ନରେ ପହଞ୍ଚିଥିବା ବେଳେ ତାଙ୍କର ବୟସ ୪.୫ରୁ ୪.୬ ଅରବ ବର୍ଷ ମଧ୍ୟରେ ରହିଥିବା କୁହାଯାଉଛି । ଗୋଟିଏ ତାରାର ଜୀବନ ଚକ୍ର ବହୁତ ଦୀର୍ଘ ହୋଇଥାଏ । ସେଥିପାଇଁ ସମଗ୍ର ମାନବ ଜାତିର ଜୀବନ ବହୁତ ଛୋଟ ହୋଇଥାଏ । ଗୋଟିଏ ତାରାକୁ ଆମେ ଜୀବନ ସାରା ଦେଖିବାକୁ ବଞ୍ଚିତ ରହିଥାଉ ।

Get real time updates directly on you device, subscribe now.