fbpx

ଗୋଟିଏ ବର୍ଷରେ କେତେ ଥର ଆସେ ନବରାତ୍ରି ? ଜାଣନ୍ତୁ ଗୁପ୍ତ ନବରାତ୍ରିର ରହସ୍ୟ

ଧର୍ମ ଗ୍ରନ୍ଥରେ ଦେବୀ ଉପାସନା ପାଇଁ ଅନେକ ପୂଜା-ପର୍ବାଣୀ, ବ୍ରତ ବିଷୟରେ କୁହାଯାଇଛି । ଏଥିରେ ନବରାତ୍ରି ବହୁତ ଖାସ୍ ହୋଇଥାଏ । ବର୍ଷରେ ୧ ନୁହେଁ ୪ ନବରାତ୍ରି ପାଳନ କରାଯାଏ । କିନ୍ତୁ ଅଧିକାଂଶ ଲୋକେ କେବଳ ୨ ନବରାତ୍ରି ବିଷୟରେ ହିଁ ଜାଣିଛନ୍ତି ଯାହା ଚୈତ୍ର ଏବଂ ଆଶ୍ୱିନ ମାସରେ ଆସିଥାଏ । ଏହା ବ୍ୟତୀତ ୨ ଅନ୍ୟ ନବରାତ୍ରି ମଧ୍ୟ ରହିଥାଏ, ଯାହାକୁ ଗୁପ୍ତ ନବରାତ୍ରି କୁହାଯାଏ । ଏହାର ବିଶେଷ ମହତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା ବର୍ଷରେ କେବେ କେବେ କେଉଁ ନବରାତ୍ରି ପର୍ବ ପାଳନ କରାଯାଏ ।

ବର୍ଷ ଆରମ୍ଭରେ ଚୈତ୍ର ନବରାତ୍ରି:

ଧର୍ମ ଗ୍ରନ୍ଥ ଅନୂଯାୟୀ, ହିନ୍ଦୁ ନବବର୍ଷର ଆରମ୍ଭ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ହୋଇଥାଏ । ଏହି ଦିନ ବର୍ଷର ପ୍ରଥମ ନବରାତ୍ରି ଚଇତି ନବରାତ୍ରି କୁହାଯାଏ । ଏହି ୯ ଦିନରେ ଦେବୀଙ୍କ ଭିନ୍ନ ଭିନ୍ନ ରୂପର ପୂଜା ସାତ୍ତ୍ୱିକ ଭାବରେ କରାଯାଏ ।

ଆଷାଢ଼ ଗୁପ୍ତ ନବରାତ୍ରି:

ବର୍ଷର ଦ୍ୱିତୀୟ ନବରାତ୍ରି ଆଷାଢ଼ ମାସରେ ଆସିଥାଏ । ଏହି ନବରାତ୍ରି ଆଷାଢ଼ ଶୁକ୍ଳ ପ୍ରତିପଦାରୁ ନବମୀ ତିଥି ପର୍ଯ୍ୟନ୍ତ ପାଳନ କରାଯାଏ । ଏହାକୁ ଗୁପ୍ତ ନବରାତ୍ରି କୁହାଯାଏ । ଏହା ବିଷୟରେ କମ୍ ଲୋକ ହିଁ ଜାଣନ୍ତି । ଏହି ନବରାତ୍ରି ୧୦ ମହାବିଦ୍ୟାଙ୍କ ପୂଜା କରାଯାଏ । ଏହି ୯ ଦିନରେ ତନ୍ତ୍ର ସାଧନା କରି ଦେବୀଙ୍କୁ ପ୍ରସନ୍ନ କରାଯାଇଥାଏ ଏବଂ ଦେବୀଙ୍କ ସଂହାରକ ଭାବରେ ମହାକାଳୀ, ଚଣ୍ଡି ଆଦିଙ୍କ ପୂଜା କରାଯାଏ ।

ତୃତୀୟ ହେଉଛି ଶାରଦୀୟ ଦୁର୍ଗାପୂଜା:

ବର୍ଷର ତୃତୀୟ ନବରାତ୍ରି ଆଷାଢ଼ ମାସ ଶୁକ୍ଳ ପକ୍ଷରୁ ନବମୀ ତିଥି ପର୍ଯ୍ୟନ୍ତ ପାଳନ କରାଯାଏ । ଏହି ସମୟରେ ଶରତ ଋତୁ ଥାଏ । ଏଥିପାଇଁ ଏହା ଶାରଦୀୟ ନବରାତ୍ରି କୁହାଯାଏ । ଏହି ନବରାତ୍ରରେ ଗରବା ଆଦି ମାଧ୍ୟମରେ ଦେବୀଙ୍କ ପୂଜା କରାଯାଏ । ଏହି ସମୟରେ ମଧ୍ୟ ସାତ୍ତ୍ୱିକ ଉପାୟରେ ଦେବୀଙ୍କ ପୂଜା କରିବାର ବିଧାନ ଅଛି । ଏହା ସବୁଠୁ ଅଧିକ ଲୋକପ୍ରିୟ ।

ଶେଷରେ ଆସେ ମାଘ ମାସ ନବରାତ୍ରି:

ବର୍ଷର ଚତୁର୍ଥ ଏବଂ ଅନ୍ତିମ ନବରାତ୍ରି ହେଉଛି ମାଘ ମାସରେ ପଡ଼ୁଥିବା ନବରାତ୍ରି । ଏହା ମାଘ ମାସର ଶୁକ୍ଳ ପକ୍ଷରୁ ନବମୀ ତିଥି ପର୍ଯ୍ୟନ୍ତ ପାଳନ କରାଯାଏ । ଏହା ମଧ୍ୟ ଗୁପ୍ତ ନବରାତ୍ରି ହୋଇଥାଏ । ଗୁପ୍ତ ନବରାତ୍ରି ବିଶେଷ ଭାବରେ ତଥା ଚମକ୍ରାରୀ ଶକ୍ତି ପ୍ରାପ୍ତ କରିଥାନ୍ତି ।

Get real time updates directly on you device, subscribe now.