fbpx

ମୋବାଇଲ ଚୋରି ହୋଇଯାଇଛି କି? ଏପରି ସୁରକ୍ଷିତ ରଖିପାରିବେ ନିଜର UPI I’d

ନୂଆଦିଲ୍ଲୀ: ଆଜିକାଲିର ନୂତନ ପୀଢ଼ି ପାଇଁ ମୋବାଇଲ ଫୋନ ଏକ ନିହାତି ଆବଶ୍ୟକୀୟ ଜିନିଷ ପାଲଟିଯାଇଛି । ହାତରେ ସ୍ମାର୍ଟ ଫୋନଟେ ନଥିଲେ ଜୀବନ ଅନ୍ଧକାରମୟ ଲାଗିଥାଏ । ଏହା ସହିତ ପୋନରେ ଗୁଗୁଲ ପେ, ଫୋନ ପେ ଓ ପେଟିଏମ ନଥିଲେ ସାଧାରଣ ବର୍ଗର ଲୋକଟିଏ ପାଇଁ ବଞ୍ଚିବା କାଠିକର ପାଠ ହୋଇଯାଇଛି । ତେଣୁ ଆଜିକାଲି ପ୍ରାୟ ସମସ୍ତଙ୍କ ଫୋନର ବ୍ୟବହାର ସହ ଫୋନପେ,ଗୁଗୁଲ ପେ ଓ ପେଟିଏମ ଭଳି ଆପଲିକେସନ ବ୍ୟବହାର କରୁଛନ୍ତି । ସହଜରେ ଟଙ୍କା ନେଣଦେଣ ପାଇଁ ଏହି ସବୁ ଆପଲିକେସନ ବେଶ ସହାୟକ ଓ ନିତ୍ୟାନ୍ତ ଜରୁରି ହୋଇପଡ଼ିଛି । କିନ୍ତୁ ଏହି ସବୁ ଆପଲିକେସନ ଯେତିକି ସହାୟକ ହୋଇଥାଏ ସେତିକି ଆମ ପାଇଁ ବିପଦ ମଧ୍ୟ ଆଣି ଦେଇଥାଏ । କାରଣ ଯଦି କେବେ କୌଣସି ବ୍ୟକ୍ତିଙ୍କର ଫୋନ ଚୋରି ହୋଇଯାଏ ତେବେ ଏହି ସବୁ ଆପଲିକେସନ ଦ୍ୱାରା ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଚୋରି ହେବାର ଭୟ ରହିଥାଏ । ଯଦି ଏଭଳି ପରିସ୍ଥିତିର ସାମ୍ନା କରୁଛନ୍ତି ତେବେ କ’ଣ କରିବେ ଆସନ୍ତୁ ଜାଣିବା ।

ଦି ଆପଣଙ୍କ ଫୋନ ଚୋରି ହୋଇଯାଇଛି ଏବଂ ସେଥିରେ ଥିବା ପେଟିଏମ ଆକାଉଣ୍ଟ କୁ ଡ଼ିଲିଟ କରିବାକୁ ଚାହୁଁଛନ୍ତି ତାହାଲେ, ପ୍ରଥମେ ଅନ୍ୟଏକ ଡ଼ିଭାଇସରେ ପେଟିଏମ ଡ଼ାଉନଲୋଡ଼ କରି ସେଥିରେ ନିଜର ପୁରୁଣା ୟୁଜର ନେମ୍, ପାଶୱାର୍ଡ ଏବଂ ନମ୍ବର ଦେବାକୁ ହେବ । ଆକାଉଣ୍ଟ ଖୋଲିବା ପରେ ୟୁଜର୍ସଙ୍କୁ ପ୍ରଥମେ ହୋମ ମେନ୍ୟୁ ଯିବାକୁ ହେବ । ସେଠାରୁ ପ୍ରୋଫାଇଲ୍ ସେଟିଂ କୁ ଯାଇ ସିକୁ୍ୟରିଟି ଏବଂ ପ୍ରାଇଭେସି ସେକ୍ସନକୁ ଯିବାକୁ ପଡ଼ିବ । ଏଠାରେ ଆପଣଙ୍କୁ ‘ମ୍ୟାନେଜ ଆକାଉଣ୍ଟଅଫ ଅଲ ଡ଼ିଭାଇସ’ ଅପସନକୁ ଯାଇ ଆକାଉଣ୍ଟକୁ ଲଗ ଆଉଟ କରିବାକୁ ପଡ଼ିବ । ଧ୍ୟାନ ରଖିବେ, ଆକାଉଣ୍ଟ ଲଗଆଉଟ କରିବା ସମୟରେ ସିଷ୍ଟମ ପଚାରିବ, ‘କଣ ଆପଣ ସତରେ ଏପରି କରିବାକୁ ଚାହୁଁଛନ୍ତି । ଯଦି ୟୁଜର୍ସ ଏଥିରେ ରାଜି ତାହେଲେ ‘ୟସ୍’ ବଟନକୁ ସିଲେକ୍ଟ କରିପରିବେ ।

ଯଦି ଆକାଉଣ୍ଟ ବ୍ଲକ କରିବାରେ କୌଣସି ବି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ପେଟିଏମର ହେଲ୍ପଲାଇନ ନମ୍ବର ୦୧୨୦୪୪୫୬୪୫୬ କୁ କଲ କରି ପରାମର୍ଶ ନେଇପାରିବେ । ଏହା ବ୍ୟତିତ ପେଟିଏମ ୱେବସାଇଟ ରିପୋର୍ଟ ଏ ଫ୍ରଡ଼୍ ଅପସନ ଉପରେ କ୍ଲି୍କ କରିପାରିବେ । ପେଟିଏମ ମାଧ୍ୟମରେ ଆମେ ଛୋଟ ଆମାଉଣ୍ଟଠୁ ଆରମ୍ଭ କରି ବଡ଼ ଆମାଉଣ୍ଟର ନେଣଦେଣ କରିପାରିଥାଉ । ସପିଙ୍ଗ୍ ହେଉ କି ହୋଟେଲ ରେ ପେମେଣ୍ଟ କରିବା ସମୟରେ ଛୋଟ ବଡ଼ ପ୍ରୟ ସବୁ ଦୋକାନରେ ପେଟିଏମ ଏବଂ ଗୁଗୁଲ ପେ ଓ ଫୋନପେ ର ବ୍ୟବହାର କରୁଛନ୍ତି । ଯଦି ଏଭଳି ପରିସ୍ଥିତି ରେ ଆପଣଙ୍କ ଫୋନ ହଜିଯାଏ କି ଚୋରି ହୋଇ ଯାଏ ତେବେ ଏପରି କରିବା ଦ୍ୱାରା ଆପଣ ପୁନଃ ଆପଣଙ୍କ ଆକାଉଣ୍ଟକୁ ଅନ୍ୟଏକ ଡ଼ିଭାଇସରେ ଖୋଲିକି ଆପଣଙ୍କ ପେମେଣ୍ଟ କରିବାର ସରଳ ଉପାୟକୁ ବଜାୟ ରଖିପାରିବେ ।

Get real time updates directly on you device, subscribe now.