fbpx

ଅନ୍ୟର ଅଜାଣତରେ କିପରି ପଢ଼ିବେ ହ୍ୱାଟ୍ସଆପରୁ ଡିଲେଟ୍ ହୋଇଥିବା ମେସେଜ୍? ଜାଣନ୍ତୁ ଟ୍ରିକ୍

ନୂଆଦିଲ୍ଲୀ : ଦୁନିଆରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଚାଟିଂ ଆପ୍ ହ୍ୱାଟ୍ସଆପ୍ ପ୍ରତିଦିନ ଉପଭୋକ୍ତାମାନଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣିଥାଏ । କିନ୍ତୁ ଅନେକ ଥର ଆମକୁ ହ୍ୱାଟ୍ସଆପର କିଛି ବ୍ୟବହାରୀ ଫିଚର୍ସ ବିଷୟରେ ଜଣାନଥାଏ । ଅନେକ ସମୟରେ ହ୍ୱାଟ୍ସଆପରେ ମେସେଜ ଡିଲେଟ ହୋଇଥାଏ, ଯାହାକୁ ଆମେ ପୁଣି ଥରେ ପଢ଼ିବାକୁ ଚାହିଁଥାଉ । ଏଭଳି ପରିସ୍ଥିତିରେ ଆପଣ ଏହି ଟ୍ରିକ୍ ଆପଣେଇ ମେସେଜକୁ ପୁଣି ଥରେ ପଢ଼ିପାରିବେ…

ଯଦିଓ ହ୍ୱାଟ୍ସଆପରେ ସେପରି କିଛି ଫିଚର୍ସ ନାହିଁ ଯେଉଁଥିରେ ଆପଣ ଡିଲେଟ ହୋଇଥିବା ମେସେଜ ପଢ଼ିପାରିବେ । କିନ୍ତୁ ଏହି ଟ୍ରିକ୍ ମାଧ୍ୟମରେ ଆପଣ ଡିଲେଟ ମେସେଜକୁ ପଢ଼ିପାରିବେ ।

– ଏଥିପାଇଁ ଆପଣଙ୍କୁ ପ୍ରଥମେ ଥାର୍ଡ ପାର୍ଟି ଆପ୍ WhatsRemoved+କୁ ଡାଉନଲୋଡ କରିବାକୁ ପଡ଼ିବ ।

– ଫୋନରେ WhatsRemoved+ ଆପ୍ ଇନଷ୍ଟଲ୍ ହୋଇଗଲା ପରେ ଏହାକୁ ଓପନ୍ କରନ୍ତୁ ଓ ସମସ୍ତ ସର୍ତ୍ତକୁ ସହମତି ଦିଅନ୍ତୁ ।

– ଆପ୍ କାମ କରିବା ପାଇଁ ଆପଣଙ୍କୁ ଫୋନର ନୋଟିଫିସକେସକୁ access କରିବାକୁ ପଡ଼ିବ ।

– ଯଦି ଆପଣ ରାଜି, ତେବେ ‘Yes’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

– ଏହା ପରେ ସେହି ଆପ୍ଲିକେସନକୁ ସିଲେକ୍ଟ କରନ୍ତୁ, ଯାହାର ନୋଟିଫିକେସନକୁ ଆପଣ ରଖିବାକୁ ଚାହୁଁଛନ୍ତି ।

– ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ୍ ମେସେଜ୍ ପଢ଼ିବାକୁ ହେଲେ କେବଳ ହ୍ୱାଟ୍ସଆପ ମେସେଜ୍ enable କର ଓ ପରେ continue ଉପରେ କ୍ଲିକ୍ କର ।

– ଏହା ବ୍ୟତୀତ ଅନ୍ୟାନ୍ୟ ବିକଳ୍ପ ମଧ୍ୟ ଉପଲବ୍ଧ ରହିଛି, ଯେଉଁଥିରେ ଫେସବୁକ୍, ଇନଷ୍ଟାଗ୍ରାମ ଇତ୍ୟାଦି ସାମିଲ ।

– ଯେଉଁ ଫାଇଲକୁ ଆପଣ ‘save’ କରିବାକୁ ଚାହୁଁଥିବେ, ତାକୁ ସିଲେକ୍ଟ କରନ୍ତୁ ।

– ଏହା ପରେ ଆପଣ ଏକ ପେଜକୁ ଯିବେ, ଯେଉଁଠାରେ ସମସ୍ତ ଡିଲିଟ୍ ହୋଇଥିବା ମେସେଜ୍ ଦେଖାଯିବ ।

– ଆପଣଙ୍କୁ ସ୍କିନର ଉପରି ଭାଗରେ ଡିଟେକ୍ଟ ଅପସନ୍ ପାଖରେ ହ୍ୱାଟ୍ସଆପ ଅପସନ ଉପରେ କ୍ଲିକ କରିବାକୁ ପଡିବ ।

– ଏହି ସେଟିଂକୁ enable କରିବା ପରେ ଆପଣ ସମସ୍ତ ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ ମେସେଜକୁ ପଢ଼ିପାରିବେ ।

Get real time updates directly on you device, subscribe now.