fbpx

Women Equality Day କ’ଣ: ଏହା କାହିଁକି ପାଳନ କରାଯାଏ, ଜାଣନ୍ତୁ ଏହାର ମହତ୍ତ୍ୱ, ଇତିହାସ ସମ୍ପର୍କରେ

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୨୬ ତାରିଖରେ ମହିଳା ସମାନତା ଦିବସ ପାଳନ କରାଯାଇଥାଏ । ଏହି ଦିବସରେ ସାରା ବିଶ୍ୱରେ ମହିଳାଙ୍କର ସମାନତାର ଅଧିକାରକୁ ନେଇ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ତେବେ ମହିଳା ସମାନତା ଦିବସ କ’ଣ, ଏହା ପାଳନ କରିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ଏହାକୁ ନେଇ ଆପଣଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ସମୟ ଥିଲା ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ମହିଳାଙ୍କୁ ଦ୍ୱିତୀୟ ନାଗରିକର ଆସନ ଦିଆଯାଉଥିଲା । ପୁରୁଷ ପ୍ରଧାନ ସମାଜରେ ମହିଳାଙ୍କୁ ସମାନ ଅଧିକାର ମିଳିବା ଏକପ୍ରକାରର ଦିବା ସ୍ୱପ୍ନ ଥିଲା । ତେବେ ଆଜି ସମୟ ବଦଳି ଯାଇଛି, ମହିଳାମାନେ ନିଜର ଗୋଡ଼ରେ ଛିଡ଼ା ହେବା ସହ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସମକକ୍ଷ ହୋଇପାରିଛନ୍ତି ।

ତେବେ ମହିଳାଙ୍କ ସମାନତା ନେଇ ଆମେରିକା ଓ ନ୍ୟୁଜିଲାଣ୍ଡର ମହିଳାମାନେ ସର୍ବପ୍ରଥମେ ସ୍ୱର ଉଠାଇଥିଲେ । ୧୯୨୦ ମସିହା ଅଗଷ୍ଟ ୨୬ ତାରିଖରେ ଆମେରିକାର ସମ୍ବିଧାନର ୧୯ତମ ସଂଶୋଧନ ମାଧ୍ୟମରେ ମହିଳାଙ୍କୁ ପୁରୁଷଙ୍କ ପରି ସମାନ ମତଦାନ ଅଧିକାର ମିଳିଥିଲା । ଧୀରେଧୀରେ ସାରା ବିଶ୍ୱରେ ମହିଳାଙ୍କୁ ନେଇ ଏହି ଜାଗରଣ ସୃଷ୍ଟି ପାଇଥିଲା । ଆଜି ସାରା ବିଶ୍ୱର ଅଧିକାଂଶ ଦେଶରେ ଅଗଷ୍ଟ ୨୬ ତାରିଖକୁ ମହିଳା ସମାନତା ଦିବସ ଭାବେ ପାଳନ କରାଯାଉଛି । ତେବେ ୧୯୭୨ରେ ପ୍ରଥମ ଥର ପାଇଁ ମହିଳା ସମାନତା ଦିବସ ରେଖାଙ୍କିତ କରାଯାଇଥିଲା । ଏହା ପୂର୍ବରୁ ୧୮୯୩ରେ ପୂର୍ବ ନ୍ୟୁଜିଲାଣ୍ଡ ବିଶ୍ୱର ପ୍ରଥମ ଦେଶ ଭାବେ ମହିଳା ସମାନତା ଦିବସର ଶୁଭାରମ୍ଭ କରିଥିଲା ।

Get real time updates directly on you device, subscribe now.