fbpx

ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ୫ଟି କଥାକୁ ମନେରଖନ୍ତୁ, ବଦଳିଯିବ ଆପଣଙ୍କ ଜୀବନ

ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଆପଣମାନେ ଶୁଣିଥିବେ । ସେ ଜଣେ ମହାନ ବିଦ୍ୱାନ ଓ ନୀତିନିର୍ଣ୍ଣୟକାରୀ ଥିଲେ । ମଣିଷ ଜୀବନରେ ସଫଳ ହେବା ପାଇଁ ଚାଣକ୍ୟ ଅନେକ ବାଣୀ କହିଯାଇଛନ୍ତି । ଆସନ୍ତୁ ସେଇ ନୀତିଗୁଡ଼ିକ ବିଷୟରେ ଆଲୋଚନା କରିବା ।

ଚାଣକ୍ୟଙ୍କ ମତରେ ମିଛୁଆ ବନ୍ଧୁ, ଖରାପ ସ୍ତ୍ରୀ, ବଦମାସ ଚାକର ଓ ସାପଙ୍କ ସହିତ ରହିବା ମୃତ୍ୟୁକୁ ଡାକିବା ସହିତ ସମାନ ଅଟେ । ଏମାନଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ ।

ଯେଉଁ ବ୍ୟକ୍ତି ଶାସ୍ତ୍ର ଅଧ୍ୟୟନ କରି ଜ୍ଞାନ ଆହରଣ କରି ଶିଖିଥାଏ, ସେ ବ୍ୟକ୍ତି ଭଲ ଓ ମନ୍ଦକୁ ଠିକ ଭାବରେ ପରଖି ପାରିଥାଏ ।

ସର୍ବଦା ଭବିଷ୍ୟତ ପାଇଁ ଧନ ସଞ୍ଚୟ କରି ରଖିବା ଉଚିତ । ଏକଥା ଜମାରୁ ଭାବିବା ଉଚିତ ନୁହେଁ ଯେ, ଧନୀ ଲୋକ କେବେ ଅସୁବିଧାର ସମ୍ମୁଖୀନ ହେବ ନାହିଁ ।

କିଛି ଲୋକ ନିଜ ସମ୍ପର୍କୀୟଙ୍କୁ ନିଜର ସମସ୍ୟା, ଦୁର୍ବଳତା ବିଷୟରେ ପ୍ରକାଶ କରିଥାନ୍ତି । ଏପରି ଆଦୌ କରିବା ଉଚିତ ନୁହେଁ । କାରଣ ଅନ୍ୟମାନଙ୍କୁ ନିଜର ଦୁର୍ବଳତା ବିଷୟରେ କହିଲେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

କୌଣସି ବ୍ୟକ୍ତି ଜୀବନରେ କେବେ ଅଳସୁଆ ହୋଇ ରହିବା ଅନୁଚିତ । କାରଣ ଅଳସୁଆମି ଆପଣଙ୍କୁ କେବେ ବି ଜୀବନରେ ସଫଳ କରାଇ ଦେବ ନାହିଁ । ଯିଏ ନିଜର କାର୍ଯ୍ୟକୁ ଆନ୍ତରିକତାର ସହ କରିଥାଏ, ସେ ସଫଳ ହୋଇଥାଏ ।

Get real time updates directly on you device, subscribe now.