fbpx

ଅଁଳା ଖାଇବା ଦ୍ୱାରା ଆମକୁ କି ଲାଭ ମିଳିଥାଏ,ତାହା ଜାଣନ୍ତୁ

ଭାରତରେ ଅଁଳାକୁ ଅନେକାଂଶରେ ବ୍ୟବହାର କରାଯାଇଥାଏ । ହେଲେ ବହୁ ଲୋକେ ଏହାର ଗୁଣ ବିଷୟରେ ଜାଣି ନଥିବେ । ଅଁଳା ସ୍ୱାଦ ଅନୁସାରେ କଷା, ମିଠା, ପିତା । ଏହାକୁ ପ୍ରାୟତଃ ଲୋକେ ଜୁସ କରି ପିଇଥାନ୍ତି । କିଛି ଲୋକେ ଏହାକୁ ଶୁଖାଇ ପାଉଡର କରି ସେବନ କରିଥାନ୍ତି । ଅଁଳା କେଶ ପାଇଁ ବହୁ ଫଳପ୍ରଦ, କେଶକୁ କଳା ଏବଂ ଘନ ମଧ୍ୟ ବନାଇଥାଏ ଅଁଳା । ତେବେ ଅଁଳାର ବହୁ ପ୍ରକାର ଜୁସ ବଜାରରେ ମିଳୁଛି ହେଲେ ଆପଣ ଯଦି ଅଁଳାକୁ ସିଧାସଳଖ କିଣି ଜୁସ କରି ପିଇବେ ଏହା ବହୁ ଫଳ ପ୍ରଦାନ କରିଥାଏ । ସାଧାରଣତଃ ଅଁଳାକୁ ଆୟୁର୍ବେଦରେ ଔଷଧ ରୂପେ ବ୍ୟବହାର କରାଯାଇଥାଏ । ତେବେ ଜାଣି ରଖନ୍ତୁ ଅଁଳାରେ କେଉଁ ଗୁଣ ଲୁଚି ରହିଛି ଯାହାକୁ ଖାଇଲେ କେଉଁ କେଉଁ ସମସ୍ୟାରୁ ଆପଣ ମୁକ୍ତି ପାଇ ପାରିବେ..

-ଅଁଳାରେ ଭିଟାମିନ ସି, ଭିଟାମିନ ଏ, ବି କମ୍ପେଲେକ୍ସ, ପୋଟାସିୟମ, କ୍ୟାଲସିୟମ, ଏବଂ ଫାଇବର ଭଳି ଗୁଣ ରହିଥାଏ ।

-ଅଁଳାରେ ଭିଟାମିନ ସି ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ଅର୍ଥାତ ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ ।

-ପ୍ରତିଦିନ ଅଁଳା ଜୁସ ପିଇବା ଦ୍ୱାରା ଏହା ହଜମ ଶକ୍ତି ବୃଦ୍ଧି କରିବା ସହ ଗ୍ୟାସ ଆଦି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

-ଅଁଳା ଖାଇବା ଦ୍ୱାରା ଆଷ୍ଟ୍ରୋପୋରୋସିସ, ଅର୍ଥରାଇଟିସ ଏବଂ ହାଡ ବିନ୍ଧା ସମସ୍ୟାରୁ ମୁକ୍ତି ପାଇପାରିବେ ।

-ଅଁଳା ଖାଇଲେ ଥଣ୍ଡା କାସ, କୋଷ୍ଠ କାଠିନ୍ୟ ଏବଂ ପେଟରେ ଥିବା କୌଣସି ଇନଫେକ୍ସନକୁ ଏହା ଠିକ କରିଦେଇଥାଏ ।

-ଅଁଳାରେ ଲୁଚି ରହିଥିବା କ୍ରୋମିୟମ ବିଟା ବ୍ଲାକର ପ୍ରଭାବକୁ କମ କରିଦେଇଥାଏ । ଯାହା ପ୍ରଭାବରେ ଏହା ହୃଦୟକୁ ଶକ୍ତ ଏବଂ ମଜବୁତ ବନାଇ ରଖିବାରେ ସାହାଯ୍ୟ କରିଥାଏ ।

– ଅଁଳା ଜୁସ ପିଇବା ଦ୍ୱାରା ଅଖିର ଚମକ ବଢିବାରେ ସାହାଯ୍ୟ କରିଥାଏ । ଆଖି ସମସ୍ୟା ଥିବା ଲୋକେ ଯଦି ଏହି ଜୁସ ପିଅନ୍ତି ତେବେ ଆଖିର ବିଭିନ୍ନ ସମସ୍ୟା ଦୂର ହେବାରେ ଲାଗିଥାଏ ।

 

 

Get real time updates directly on you device, subscribe now.