fbpx

ବାସୀ ରଥଯାତ୍ରା: ଏହି ଜାଗାରେ ଆଜି ଟଣା ହେଲା ରଥ, ଜାଣନ୍ତୁ କାହିଁକି?

କୋରାପୁଟ: ଜୁଲାଇ ୧ ଅର୍ଥାତ ଗତକାଲି ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଶେଷ ହୋଇଛି । କିନ୍ତୁ ଏହାର ପର ଦିନ ମାନେ ଆଜି ଏକ ସ୍ଥାନରେ ବାସୀରେ ଟଣା ହେଲା ରଥ । ଏଠାରେ ପାଳନ ହୁଏ ବାସୀ ରଥଯାତ୍ରା । ସାରା ରାଜ୍ୟରେ ବିଶ୍ୱନିୟନ୍ତାଙ୍କ ରଥ ଶୁକ୍ରବାର ଟଣା ହୋଇଥିବା ବେଳେ ଶନିବାର ଏଠାରେ ରଥ ଟଣାଯାଇଛି । କୋରାପୁଟର ଜୟପୁରରେ ଆଜି ରଥ ଟଣାଯାଇଛି ।

ଐତିହାସିକ ରଥ ଯାତ୍ରା ପାଇଁ ଶୁକ୍ରବାର ତିନି ଠାକୁରଙ୍କ ପହଣ୍ଡି କରାଯାଇଥିଲା। ତିନି ଠାକୁରଙ୍କୁ ରଥାରୁଢ ମଧ୍ୟ କରାଯାଇଥିଲା। ପାରମ୍ପରିକ ରୀତିନୀତି ଅନୁଯାୟୀ ଆଜି ଶନିବାର ରଥ ଟଣା ହୋଇଛି । ଘଣ୍ଟ, ସଂକିର୍ତ୍ତନ, ବାଜା ଇତ୍ୟାଦିରେ ରଥରେ ବିରାଜମାନ ତିନି ଠାକୁରଙ୍କ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ରଥ ଟଣା ପୂର୍ବରୁ କାକରା, ଆରିସା, ଗଜା, ନଡିଆ, କଦଳୀ, ପଣସ, ସପୁରି ଇତ୍ୟାଦି ବ୍ୟଞ୍ଜନ ପ୍ରଭୁଙ୍କ ନିକଟରେ ଭୋଗ ଲାଗି କରାଯାଇଥିଲା ।

ତେବେ ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ପାଇଁ ଟାଉନ ପୋଲିସ ତରଫରୁ ପୋଲିସ ମୁତୟନ କରାଯାଇଥିଲା । ଶହ ଶହ ଜଗନ୍ନାଥ ପ୍ରେମୀ ହାତରେ ନଡିଆ କଦଳୀ ଧରି ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଜୟପୁର ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା, ଏସଡିପିଓ ଅରୁପ ଅଭିଷେକ ବେହେରାଙ୍କ ଟାଉନ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ, ମହିଳା ଥାନା ଅଧିକାରୀ ମମତା ପାଣିଗ୍ରାହୀ ଏବଂ ଅତିରିକ୍ତ ତହସିଲଦାର ମାନସ ଘଢେଇ ପ୍ରମୁଖ ଏହି ରଥଯାତ୍ରାରେ ସାମିଲ ହୋଇଥିଲେ ।

ସାରା ରାଜ୍ୟରେ ଗତ କାଲି ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇଯାଇଛି । ଖାସ କରି ଶ୍ରୀକ୍ଷେତ୍ର ଧାମ ସହିତ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ।।ବର ଶ୍ରୀକ୍ଷେତ୍ରରେ ମଧ୍ୟ ଗତ କାଲି ତିନି ଠାକୁରଙ୍କ ରଥ ଟଣା ହୋଇଛି । କିନ୍ତୁ ରାଜାରାଜୁଡ଼ା ଅମଳର କିଛି ପାରମ୍ପରିକ ରୀତି ନୀତି ନିୟମ ଅନୁସାରେ ଓଡ଼ିଶାର କିଛି ସ୍ଥାନରେ ଆଜି ରଥଯାତ୍ରା ପାଳନ କରାଯାଉଛି । ରାଜା ବିକ୍ରମ ଦେବଙ୍କ ଅମଳଠାରୁ ଜୟପୁରରେ ପୁରୀ ଗୁଣ୍ଡିଚା ଯାତ୍ରାର ବାସୀ ଦିନ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଜୟପୁରର ରଥଯାତ୍ରାରେ ବହୁ ଦୂର ଦୁରାନ୍ତରୁ ଭକ୍ତ ମାନେ ଆସି ସାମିଲ ହୋଇଥିଲେ । ବିଶେଷ କରି ଗତ ଦୁଇ ବର୍ଷ ଧରି ରଥଯାତ୍ରା ପାଳନ ହୋଇନଥିବାରୁ ଚଳିତ ବର୍ଷ ରଥଯାତ୍ରା ରେ ବ୍ୟାପକ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି ।

Get real time updates directly on you device, subscribe now.