fbpx

ମାଗଣାରେ ବୁଲନ୍ତୁ କୋଣାର୍କ: ଶ୍ରଦ୍ଧାଳୁଙ୍କ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଣାର୍କର ସୂର୍ଯ୍ୟ ମନ୍ଦିର ବିଶ୍ୱର ଏକ ଅନ୍ୟତମ ଐତିହ୍ୟ କୀର୍ତ୍ତୀରାଜି ମଧ୍ୟରୁ ଅନ୍ୟତମ । ତେବେ କୋଣାର୍କ ବୁଲିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର । ଆପଣମାନେ କୋଣାର୍କ ମାଗଣାରେ ବୁଲି ଦେଖି ପାରିବେ । ଚନ୍ଦ୍ରଭାଗା ସ୍ନାନ ପରେ ମନ୍ଦିର ପରିକ୍ରମା ପରମ୍ପରା ରହିଥିବାରୁ ସୂର୍ଯ୍ୟ ମନ୍ଦିର ଭିତରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି ।

ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ଏଥିପାଇଁ କୋଣାର୍କ କ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଛି । ଏହି ଅବସରରେ ଚନ୍ଦ୍ରଭାଗାର ତୀର୍ଥ ପୁଷ୍କରିଣୀ ଓ ବେଳାଭୂମିରେ ବୁଡ଼ ପକାଇବାକୁ ଜନ ସମୁଦ୍ରର ସୁଅ ଛୁଟିଛି । ତେବେ ଆଜି ଗୋଟିଏ ଦିନ ପାଇଁ ଶ୍ରଦ୍ଧାଳୁମାନେ ମାଗଣାରେ ସୂର୍ଯ୍ୟ ମନ୍ଦିର ଭ୍ରମଣ କରିପାରିବେ ।

ପାରମ୍ପରିକ ରୀତିନୀତି ଅନୁଯାୟୀ, ମାଧିପୁରର ତ୍ରିବେଣୀଶ୍ୱର, ସନ୍ଥପୁରର ଈଶାନେଶ୍ୱର ଓ କୁରଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମାଙ୍କୁ ବିମାନକୁ ବିଜେ କରାଯାଇଥିଲା । ଏହାପରେ ଭୋର ୩ଟା ୫୦ ସମୟରେ ଠାକୁରମାନଙ୍କ ସ୍ନାନ କାର୍ଯ୍ୟ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ କରାଯାଇଥିଲା । ତେବେ ଭିଡ଼କୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଏସପି କେ.ବିଶାଲ ସିଂହ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.