fbpx

Mimi Trailer Out: ସରୋଗେସୀରୁ ମା’ ହେବାକୁ ଯାଉଥିବା କ୍ରୀତିଙ୍କ ଲାଇଫରେ ଆସୁଛି ନୂଆ ଟ୍ୱିଷ୍ଟ

ମୁମ୍ବାଇ: ଅଭିନେତ୍ରୀ କ୍ରୀତି ସାନନଙ୍କ ଫିଲ୍କ “ମିମି” ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଏହି ଫିଲ୍କରେ ସେ ଜଣେ ଆମେରିକୀୟ ଦମ୍ପତିଙ୍କ ସନ୍ତାନର ସରୋଗେଟ୍ ମାତା ଭୂମିକାରେ ନଜର ଆସିବେ । ଏଥିରେ ପଙ୍କଜ ତ୍ରିପାଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହି ଚଳଚ୍ଚିତ୍ର ଜୁଲାଇ ୩୦ ରେ ନେଟଫ୍ଲିକ୍ସ ଏବଂ ଜିଓ ସିନେମାରେ ମୁକ୍ତିଲାଭ କରିବ । କ୍ରୀତି ଫିଲ୍ମର ଟ୍ରେଲର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫିଲ୍ମରେ ସେ ପୁଣି ଥରେ ‘ଲୁକା ଚୁପି’ ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକରଙ୍କ ସହ ଦେଖିବାକୁ ମିଳିବେ।

ଟ୍ରେଲରରେ ପଙ୍କଜ ତ୍ରିପାଠୀଙ୍କ ଚରିତ୍ର କ୍ରୀତି ସାନନଙ୍କୁ ଆମେରିକୀୟ ଦମ୍ପତିଙ୍କ ସନ୍ତାନର ସରୋଗେଟ୍ ମା ହେବା ପାଇଁ ମନାଉଥିବା ଦେଖିବାକୁ ମିଳିଛି । ଯେତେବେଳେ କ୍ରୀତି ଜାଣିବାକୁ ପାଉଛନ୍ତି ଯେ, ଏଥିପାଇଁ କାହା ସହିତ ସମ୍ପର୍କ ରଖିବାକୁ ପଡ଼ିବନି କି ଚରିତ୍ର ଖରାପ ହେବ ନାହିଁ ଆଉ ଏଥିପାଇର୍ ସେ ୨୦ ଲକ୍ଷ ଟଙ୍କା ପାଇବେ । ଏହାପରେ ସେ ଏଥିପାଇର୍ ରାଜି ହୋଇଯାଉଛନ୍ତି ।

 

View this post on Instagram

 

A post shared by Kriti (@kritisanon)

ଆଉ ଏହାପରେ କ୍ରୀତିଙ୍କୁ ଚିନ୍ତା ହୋଇଯାଉଛି ଯେ, ସେ ନିଜର ବଡ଼ ପେଟ ବିଷୟରେ ନିଜ ବାପା-ମାଆଙ୍କୁ କିପରି ଜଣାଇବେ । ଏଥିରେ କ୍ରୀତି, ଚାନ୍ଦ ଭୂମିକାରେ ଦେଖିବାକୁ ମିଳିବେ । ଏହି ସମୟରେ ତାଙ୍କୁ ଅନେକ ଗୁଡ଼ିଏ ସମସ୍ୟା ଦେଇ ଗତି କରିବାକୁ ପଡ଼ୁଛି । ଆଉ ଶେଷରେ ଉକ୍ତ ଆମେରିକାନ୍ ଦମ୍ପତି ପିଲାକୁ ନେବା ପାଇଁ ମନା କରିଦେଇଛନ୍ତି ଏବଂ କ୍ରୀତିକୁ ଆର୍ବୋସନ୍ କରିବାକୁ କହିଛନ୍ତି । କିନ୍ତୁ କ୍ରୀତି ଏଥିପାଇଁ ରାଜି ହେଉନାହାନ୍ତି । ଖାସ୍ କଥା ହେଉଛି କ୍ରୀତି ଏହି ଫିଲ୍ମ ପାଇଁ ୧୫ କିଲୋ ଓଜନ ବଢ଼ାଇଛନ୍ତି ।

 

Get real time updates directly on you device, subscribe now.