fbpx

KRKଙ୍କୁ ମିଳିଲା ଜାମିନ: ଟ୍ୱିଟରେ କରିଲେ ଧମକ ଭରା ଟ୍ୱିଟ୍…

ମୁମ୍ବାଇ: ଅତୀତରେ ଏକ ବିବାଦୀୟ ଟୁଇଟ୍ ପାଇଁ ସିନେ କ୍ରିଟିକ୍ସ KRKଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିବା ବେଳେ ବର୍ତ୍ତମାନ ତାଙ୍କୁ ଜାମିନ ମିଳିଛି । ତେବେ କମଲ ଆର ଖାନ୍ (KRK) ଜେଲରୁ ଫେରିବା ମାତ୍ରେ ତାଙ୍କ ପୁରୁଣା ଷ୍ଟାଇଲକୁ ଫେରିଛନ୍ତି । ଏଥିସହିତ ସେ ପୁଣି ଏକ ଟ୍ୱିଟ୍ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିାରେ ଚର୍ଚ୍ଚା ଜୋର ଧରିଛି । ତେବେ ସେ ଏହି ଟୁଇଟ୍ ରେ କଣ ଲେଖିଥନ୍ତି ଆସନ୍ତୁ ଜାଣିବା ।

ସିନେ କ୍ରିଟିକ୍ସ କମଲ ଆର ଖାନ୍ ଜେଲରୁ ମୁକୁଳିବା ପରେ ଏକ ଟ୍ୱିଟ୍ କରିଛନ୍ତି । ସେ ଏହି ଟ୍ୱିଟରେ ପ୍ରତିଶୋଧ କଥା କହିଛନ୍ତି । ସେ ଲେଖିଛନ୍ତି , ‘ମୁଁ ମୋର ପ୍ରତିଶୋଧ ନେବାକୁ ଫେରି ଆସିଛି’ । ତେବେ ତାଙ୍କର ଏହି ଟ୍ୱିଟ୍ ପରେ ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ତେବେ ଗତ ମାସ ଅର୍ଥାତ ଅଗଷ୍ଟ ୩୦ତାରିଖରେ KRKଙ୍କୁ ମୁମ୍ବାଇ ପୋଲିସ ବିମାନ ବନ୍ଦରରୁ ଗିରଫ କରିଥିଲା । ଦୁଇଟି ପୃଥକ ପୃଥକ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ସେଥିମଧ୍ୟରୁ ଗୋଟିଏ ମାମଲା ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କ ବିଷୟରେ ଅପମାନଜନକ ଟ୍ୱିଟ୍ ହୋଇଥିବା ବେଳେ ଅନ୍ୟଟି ହେଉଛି ୨୦୨୧ ମସିହାରେ ଭର୍ସୋଭା ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ନିର୍ୟାତନା ମାମଲା । ତେବେ KRK କରିଥିବା ସେହି ପୋଷ୍ଟ ସାମ୍ପ୍ରଦାୟିକ ବୋଲି ପୋଲିସ ଦାବି କରିଛି । ଅପର ପକ୍ଷେ ସେ ଜାମିନରେ ଆସିବା ପରେ ବଲିଉଡ ସେଲିବ୍ରିଟିମାନଙ୍କୁ ଟାର୍ଗେଟ କରିବା ସହ ଧମକ ଭରା ଟ୍ୱିଟ୍ କରିଛନ୍ତି । ।

Get real time updates directly on you device, subscribe now.