ଭାଇରାଲ ହେଲା ଟେଲି ଅଭିନେତ୍ରୀ କ୍ରିଷ୍ଟଲ ଡିସୁଜାଙ୍କ ଫଟୋ
ଅଭିନେତ୍ରୀ କ୍ରିଷ୍ଟଲ ଡିସୁଜା ଏବେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରେମିକଙ୍କ ଏକ ମିଷ୍ଟେରିୟସ୍ ଫଟୋ ସେୟାର କରିଛନ୍ତି
ମୁମ୍ବାଇ: ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କ୍ରିଷ୍ଟଲ ଡିସୁଜା । ଆଜିକାଲି ସେ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ କ୍ରିଷ୍ଟଲଙ୍କ ଦୁବାଇର ଅରବପତି ବିଜନେସମ୍ୟାନଙ୍କ ସହ କୋଜି ଭିଡିଓ ଭାଇରାଲ ହୋଇଥିଲା । ଯାହା ପରେ ବିଜନେସମ୍ୟାନଙ୍କ ସହ ତାଙ୍କ ଡେଟିଂ ଚର୍ଚ୍ଚା ଜୋର ଧରିଥିଲା। ଅଭିନେତ୍ରୀ ଏବେ ନିଜ ପ୍ରେମିକଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଛି ।
କାହାକୁ ଡେଟ୍ କରୁଛନ୍ତି କ୍ରିଷ୍ଟଲ?
ଅଭିନେତ୍ରୀ କ୍ରିଷ୍ଟଲ ଡିସୁଜା ଏବେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରେମିକଙ୍କ ଏକ ମିଷ୍ଟେରିୟସ୍ ଫଟୋ ସେୟାର କରିଛନ୍ତି। ଫଟୋରେ ପ୍ରେମିକଙ୍କ ବାହୁବନ୍ଧନରେ ଦେଖାଯାଉଛନ୍ତି ଅଭିନେତ୍ରୀ। ସେ ରୋମାଣ୍ଟିକ ଅନ୍ଦାଜରେ ପ୍ରେମିକଙ୍କ ହାତ ଧରିଥିବା ନଜର ଆସିଛନ୍ତି। ଉଭୟ ବହୁତ ଖୁସି ଥିବା ଲାଗୁଛନ୍ତି। ହେଲେ ଫଟୋରେ କେବଳ ଅଭିନେତ୍ରୀଙ୍କ ସ୍ୱପ୍ନର ରାଜକୁମାରଙ୍କ ହାତ ହିଁ ଦେଖାଯାଉଛି। କିନ୍ତୁ ସେ ପ୍ରେମିକଙ୍କ ମୁହଁ ଦେଖାଉନାହାନ୍ତି ।
ପ୍ରେମିକ ସହ କ୍ରିଷ୍ଟଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିନେତ୍ରୀଙ୍କ ପୋଷ୍ଟ ଦେଖି ଫ୍ୟାନମାନଙ୍କର ବିଶ୍ୱାସ, ଅଭିନେତ୍ରୀ ନିଜ ରିଲେସନଶିପକୁ କନଫର୍ମ କରିଦେଇଛନ୍ତି। ହେଲେ ତାଙ୍କ ସ୍ୱପ୍ନର ରାଜକୁମାର କିଏ? ଏହା ଉପରେ ସସପେନ୍ସ ଜାରି ଅଛି।
ଦୁବାଇର ଅରବପତିଙ୍କୁ ଡେଟ କରୁଛନ୍ତି?
ସୂଚନାରୁ ପ୍ରକାଶ, କିଛି ଦିନ ତଳେ କ୍ରିଷ୍ଟଲଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଦୁବାଇର ଅରବପତି ବିଜନେସମ୍ୟାନ ଏପିଙ୍କ ସହ ରୋମାଣ୍ଟିକ ହେଉଥିବା ନଜର ଆସିଥିଲେ। ଭାଇରାଲ ଭିଡିଓରେ ଏପି କ୍ରିଷ୍ଟଲଙ୍କୁ ଗାଲରେ କିସ୍ କରୁଥିବା ଦେଖାଯାଇଥିଲେ। ଏହା ପରେ ଦୁହିଁଙ୍କ ଡେଟିଂର ବହୁତ ଚର୍ଚ୍ଚା ହେଲା। ହେଲେ ଡେଟିଂ ଖବରକୁ ଅଭିନେତ୍ରୀ ସ୍ୱୀକୃତି ଦେଉନାହାନ୍ତି । ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ସସ୍ପେନ୍ସ ଜରୀ ରହିଛି ।

