କୋଟିପତି ବ୍ୟବସାୟୀଙ୍କ ପ୍ରେମରେ ଉବୁଟୁବୁ ଟେଲି ଅଭିନେତ୍ରୀ କ୍ରିଷ୍ଟଲ୍‌

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି; ନିଜ ବୟଫ୍ରେଣ୍ଡ ଏପିଙ୍କ ପାଇଁ ଅଭିନେତ୍ରୀ ପ୍ରାୟତଃ ଦୁବାଇ ଯାତ୍ରା କରୁଛନ୍ତି। ସେ ନିଜ ବ୍ୟକ୍ତିଗତ ଜୀବନରେ ବହୁତ ଖୁସି ଅଛନ୍ତି

ମୁମ୍ବାଇ: ଦୁବାଇର ବଧୂ ସାଜିବେ ଟେଲି ଅଭିନେତ୍ରୀ କ୍ରିଷ୍ଟଲ ଡିସୁଜା। ସେ ଦୁବାଇର କୋଟିପତି ବ୍ୟବସାୟୀ ଏପିଙ୍କୁ ପ୍ରେମ କରୁଛନ୍ତି। ତାଙ୍କୁ ବିବାହ କରିବେ। ସେଥିପାଇଁ କ୍ରିଷ୍ଟଲ୍ ଅଭିନୟ ସିଡ୍ୟୁଲରୁ ସମୟ ମିଳିଲେ ପଳାଇ ଯାଉଛନ୍ତି ଦୁବାଇ। ଆଉ ସେଠାରେ ପ୍ରେମିକଙ୍କ ସହିତ ରୋମାଣ୍ଟିକ୍ ସମୟ ଅତିବାହିତ କରୁଛନ୍ତି। ହେଲେ କେବେ କ୍ରିଷ୍ଟଲ ବଧୂ ସାଜିବେ, ସେନେଇ ସୂଚନା ମିଳିନି। ଏହାକୁ ନେଇ ମୟାନଗରୀରେ ନାନା ଚର୍ଚ୍ଚା ହେଉଛି।

ହିନ୍ଦୁସ୍ଥାନ ଟାଇମ୍ସ ରିପୋର୍ଟ ଅନୁସାରେ, କ୍ରିଷ୍ଟଲ ଓ ଏପି ବିଗତ କିଛି ମାସ ହେବ ସମ୍ପର୍କରେ ଅଛନ୍ତି। ଦୁହିଁଙ୍କ ମଧ୍ୟରେ ସବୁକିଛି ବହୁତ ଭଲ ଚାଲିଛି। ହେଲେ ଏତେ ଶୀଘ୍ର ଦୁହେଁ ନିଜ ସମ୍ପର୍କକୁ ସର୍ବସାଧାରଣ କରିବାକୁ ଚାହୁଁନାହାନ୍ତି। ଦୁହେଁ ଏବେ ପରସ୍ପର ସହ ସମୟ ବିତାଇବାକୁ ଚାହୁଁଛନ୍ତି। ସେମାନଙ୍କ ମଧ୍ୟରେ ବହୁତ ଭଲ ବଣ୍ଡିଂ ରହିଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି; ନିଜ ବୟଫ୍ରେଣ୍ଡ ଏପିଙ୍କ ପାଇଁ ଅଭିନେତ୍ରୀ ପ୍ରାୟତଃ ଦୁବାଇ ଯାତ୍ରା କରୁଛନ୍ତି। ସେ ନିଜ ବ୍ୟକ୍ତିଗତ ଜୀବନରେ ବହୁତ ଖୁସି ଅଛନ୍ତି। କ୍ରିଷ୍ଟଲ ଓ ଏପି ବର୍ତ୍ତମାନ ପାଇଁ ସବୁକିଛି ବ୍ୟକ୍ତିଗତ ରଖୁଛନ୍ତି। କିନ୍ତୁ ସମୟ ସହିତ ସେମାନଙ୍କର ଏହି ସମ୍ପର୍କ ଅଧିକ ମଜବୁତ ହେବାରେ ଲାଗିଛି।

ସୂଚନାରୁୂ ପ୍ରକାଶ, ଏପିଙ୍କୁ ଭଲ ପାଇବା ପୂର୍ବରୁ କ୍ରିଷ୍ଟଲ ଗୁଲାମ ଗୌସ ଦିୱାନୀଙ୍କୁ ଡେଟ୍ କରୁଥିଲେ। କିନ୍ତୁ ପରେ ଦୁହିଁଙ୍କର ବ୍ରେକଅପ୍ ହୋଇଯାଇଥିଲା। ବ୍ରେକଅପ ଚର୍ଚ୍ଚାର କିଛି ଦିନ ପରେ କ୍ରିଷ୍ଟଲ୍ ବ୍ୟବସାୟୀ ଏପିଙ୍କ ସହ ସମ୍ପର୍କରେ ଥିବା ଖବର ସାମ୍ନାକୁ ଆସିଥିଲା। ଏପିଙ୍କ ସହ ଭାଇରାଲ ହୋଇଥିଲା କ୍ରିଷ୍ଟଲଙ୍କ ରୋମାଣ୍ଟିକ ଭିଡିଓ। ଭିଡିଓରେ ଏପିଙ୍କ ବାହୁବନ୍ଧନରେ କ୍ରିଷ୍ଟଲ୍ ନଜର ଆସିଥିଲେ। ଏଥିସହ କ୍ରିଷ୍ଟଲ୍‌ଙ୍କ ଗାଲରେ ଏପି ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଥିଲା। ସେବେଠାରୁ ଦୁହିଁଙ୍କର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

କିଏ କ୍ରିଷ୍ଟଲ୍‌ଙ୍କ ରାଜକୁମାର ଏପି?

ଏପି ହେଉଛନ୍ତି ଦୁବାଇର ଜଣେ କୋଟିପତି ବ୍ୟବସାୟୀ। ତାଙ୍କର ଦାମୀ ଗାଡିର ବ୍ୟବସାୟ ରହିଛି। ସେ ଦୁନିଆର ସବୁଠାରୁ ଦାମୀ କାର୍ ବିକ୍ରି କରନ୍ତି। ଭଡାରେ ମଧ୍ୟ ଦିଅନ୍ତି। ସେ ଏକ ଅତି ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି। ଏବେ ଦେଖିବାକୁ ବାକି ରହିଲା କ୍ରିଷ୍ଟଲ କେବେ ଦୁବାଇର ବୋହୂ ହେଉଛନ୍ତି।