fbpx

ନାବାଳିକା ସହ ଯୁବତୀଙ୍କ ଯୌନ କେଳେଙ୍କାରୀ, ହାତକଡ଼ି ପଡ଼ିଲା…

ଓଡ଼ିଶା ଭାସ୍କର ବ୍ୟୁରୋ: ଗାଁ ଝିଅ, ଭଲ କଥା କହୁଛି। ପିଲାମାନଙ୍କୁ ସିଲାଇ ଶିଖାଇ ଦେବ କହୁଛି। ଏ ତ ବଢ଼ିଆ କଥା। ହାତ ବୁଣାବୁଣି ଆଉ ସିଲାଇ ଶିଖିଲେ ଭବିଷ୍ୟତରେ ଭଲ। ଏମିତି ଭାବି ବସିଲେ ନାବାଳିକାର ମା’ ବାବା। ତେଣୁ ଯୁବତୀଙ୍କ ପାଖକୁ ଛାଡ଼ିଲେ ସିଲାଇ ଶିଖିବା ପାଇଁ। କିନ୍ତୁ ଯୁବତୀଙ୍କ ଉଦ୍ଦେଶ୍ୟ ରହିଥିଲା ସମ୍ପୂର୍ଣ୍ଣ ଭିନ୍ନ। ଦେହର ତାତି ନିଶାରେ ସେ ପାଗେଳୀ ପ୍ରାୟ ହୋଇଯାଇଥିଲେ। ତେଣୁ ନାବାଳିକାକୁ ଦେଖାଉଥିଲେ ଅଶ୍ଳୀଳ ଭିଡିଓ ଆଉ ପ୍ରବର୍ତ୍ତାଉ ଥିଲେ କାମନା ବାସନା ପାଇଁ। ବାସ୍‌ ପୂରଣ କରୁଥିଲେ ନିଜ ଗୁପ୍ତ ଇଚ୍ଛା। କିନ୍ତୁ ଏସବୁ ବୁଝି ପାରୁନଥିଲେ ନାବାଳିକା ଜଣଙ୍କ। ତେବେ ଏନେଇ ଯୁବତୀଙ୍କ କାଣ୍ଡ ପଦାରେ ପଡ଼ିଲା। ସାରା ଗାଁ ଜାଣିପାରିଲେ କଣ ଚାଲିଥିଲା।

ନାବାଳିକାଙ୍କ ପିତା ଅଭିଯୋଗ କରିଛନ୍ତି ଯେ ପ୍ରାୟ ଦୁଇ ମାସ ପରେ ଅସଲ କଥା ଜଣାପଡ଼ିଲା। ସିଲାଇ ଶିଖାଇବା ବାହାନାରେ ଗାଁର ସମ୍ପୃକ୍ତ ଯୁବତୀ ଅଶ୍ଳୀଳ ଭିଡିଓ ଦେଖାଇବା ସହ ଛୋଟ ଝିଅ ସହ ସମଲିଙ୍ଗୀ ସମ୍ପର୍କ ରଖୁଥିବା ଜଣାପଡ଼ିବା ପରେ ପୋଲିସ୍‌ ନିକଟରେ ଅଭିଯୋଗ କଲେ ନାବାଳିକାଙ୍କ ପିତା। ତେବେ ଘଟଣାର ଶେଷ ଏଇଠି ନୁହେଁ।

ପୀଡ଼ିତାଙ୍କ ପିତା ଅଭିଯୋଗ କରିଛନ୍ତି ଯେ, ପ୍ରାୟ ୪ ମାସ ପୂର୍ବେ ତାଙ୍କ ଝିଅ ଘରୁ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ଅନ୍ୟ ଏକ ଗାଁରେ ସମ୍ପୃକ୍ତ ଯୁବତୀଙ୍କ ସହ ତାଙ୍କ ଝିଅକୁ ଠାବ କରିଥିଲେ। ସେହି ସମୟରେ ଝିଅକୁ ବୁଝାଇ ସମ୍ପୃକ୍ତ ଯୁବତୀ କବଳରୁ ଉଦ୍ଧାର କରିଦେଇଥିଲେ। କିନ୍ତୁ ଜୁନ୍‌ ୨୪ରେ ତାଙ୍କ ଝିଅ ଘରେ କିଛି ନକହି ପୁଣି କୁଆଡ଼େ ଚାଲିଗଲା। ପରେ ଜଣାପଡ଼ିଲା କି ସେହି ଯୁବତୀ ଜଣଙ୍କ ତାଙ୍କ ଝିଅକୁ ପୁଣି ସାଥୀରେ ନେଇ ବିକ୍ରି ଉଦ୍ୟମ କରୁଛନ୍ତି। ଖାଲି ଏତିକି ନୁହେଁ, ପୂର୍ବରୁ ନାବାଳିକାଙ୍କ ଅନ୍ୟ ଏକ ଭଉଣୀକୁ ଏକ ଯୁବକ ସହ ଫେରାର୍‌ କରାଇବା ଓ ଜବରଦସ୍ତ ସେମାନଙ୍କ ବିବାହ କରାଇବାରେ ସେହି ଯୁବତୀ ଜଣଙ୍କ ସହଯୋଗ କରିଥିଲେ ବୋଲି ପୀଡ଼ିତାଙ୍କ ପିତା ପୋଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି।

ଏବେ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଛି ମହିଳା ପୋଲିସ୍‌। ଖାଲି ସେତିକି ନୁହେଁ, କୋର୍ଟରେ ହାଜର ପରେ ଯୁବତୀ ଜଣଙ୍କ ଜେଲ୍‌ ଯାଇଛନ୍ତି। ବୋକାରୋରେ ଘଟିଛି ଏଭଳି ଅପରାଧିକ ଘଟଣା। ବେରମୋ ଥାନା ଅଧିକାରୀ ଗୁଲାବ କିସ୍ପୋଟ୍ଟା ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.