fbpx

ରିମାଣ୍ଡରେ ଗଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ; ଦେଲେ ବିସ୍ଫୋରକ ବୟାନ, କହିଲେ- ‘କାହାକୁ ଛାଡିବିନି…’

ଭୁବନେଶ୍ୱର: ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗକୁ ଇଡି ରିମାଣ୍ଡରେ ନେଇଛି । ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅର୍ଚ୍ଚନାକୁ ଜେରା କରିବ ଇଡି । ଏନେଇ ପୂର୍ବରୁ ଇଡି କୋର୍ଟକୁ ଆବେଦନ କରିଥିବା ବେଳେ ଜିଲ୍ଲା ଦୌରା ଜର୍ଜ ଏହାକୁ ଅନୁମତି ଦେଇଥିଲେ । ଫଳରେ ଇଡି ଆଜି ଅର୍ଚ୍ଚନାକୁ ରିମାଣ୍ଡରେ ନେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଝାରପଡା ଜେଲରୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ଇଡି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଇଛନ୍ତି । ସେଠାରେ ତାର ସ୍ୱାସ୍ଥ୍ୟ ପରିକ୍ଷା ହେବା ପରେ ତାକୁ ଇଡି ଅଫିସକୁ ନିଆଯିବ । ତେବେ ଆର୍ଥିକ କାରବାର ନେଇ ଇଡି ଖୋଲତାଡ କରିବା ସହ ଆହୁରି ଅନେକ ଘଟଣା ବିଷୟରେ ମଧ୍ୟ ପଚରା ଉଚରା କରିବ । ଯାହାଫଳରେ ନାଗଫାଶ ମାମଲାରେ ବହୁତ କିଛି କଥାର ପର୍ଦାଫାଶ ହେବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷେ ଅର୍ଚ୍ଚନା ନାଗ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କାହାକୁ ଛାଡିବେନି ବୋଲି କହିବା ସହ ମୁଁ କହିଲେ ସାରା ରାଜ୍ୟ ପରବର୍ତ୍ତନ ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି ଅର୍ଚ୍ଚନା । ତେବେ କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମକୁ ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ହନି ଟ୍ରାପ କୁଇନ୍ ଅର୍ଚ୍ଚନା ନାଗ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋତେ ସଫିସେଏଣ୍ଟ ସମୟ ଦରକାର, ମୋତେ ଫସାଇ ଦେଇଛନ୍ତି । ମୁଁ ତଥ୍ୟ ପ୍ରମାଣ ସବୁ ଦେବି । ଏଥିସହିତ ଶ୍ରଦ୍ଧାଞ୍ଜଳୀର କଲ୍ ଡିଲେଲ୍ସ ରେକର୍ଡ ଯାଞ୍ଚ କରାଯାଉ ବୋଲି ଅର୍ଚ୍ଚନା କହିଛନ୍ତି । । ଏତତ୍ ବ୍ୟତୀତ ମୋ ପାଟି ବନ୍ଦ କରି ମତେ ସେମାନେ ଆରେଷ୍ଟ କରିଛନ୍ତି, ମୁଁ କଣ ଆତଙ୍କବାଦୀ ବୋଲି ପ୍ରଶ୍ନ କରିଛନ୍ତି ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଏହିସବୁ ପରେ ମଧ୍ୟ ଅର୍ଚ୍ଚନା କହିଛନ୍ତି, ମୁଁ ସମୟକୁ ଅପେକ୍ଷା କରିଥିଲି ଏବଂ ଇଡି କେଉଁଦିନ ତଦନ୍ତ କରିବ ମୁଁ ସେହିଦିନକୁ ମଧ୍ୟ ଅପେକ୍ଷା କରିଥିଲି କହିଲେ ଅର୍ଚ୍ଚନା ।

Get real time updates directly on you device, subscribe now.