fbpx

ଦିୟା ମିର୍ଜାଙ୍କ ବାହାଘର କଲେ ମହିଳା ପଣ୍ଡିତ!

ମୁମ୍ବାଇ,୧୭ ।୨: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ସୋମବାର ଦିନ ହିଁ ବ୍ୟବସାୟୀ ବୈଭବ ରେଖିଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି । ବାହାଘର ଫଟୋ ସୋସିଆଲ ମିଡିଆରେ ଆସୁ ଆସୁ ତାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ଫଟୋରେ ଦିୟା ଓ ବୈଭବଙ୍କ ବ୍ୟତିତ ଆଉ ଏକ ଦୃଶ୍ୟ ରହିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଖାସସ୍ କଥା ହେଉଛି ଯେ, ଦିୟାଙ୍କ ବାହାଘର କୌଣସି ପୁରୁଷ ପଣ୍ଡିତ ନୁହେଁ, ବରଂ ଜଣେ ମହିଳା ପଣ୍ଡିତ ସମ୍ପର୍ଣ୍ଣ କରିଛନ୍ତି ।

ଫଟୋରେ ଦିୟା ମିର୍ଜା ନିଜ ସ୍ୱାମୀ ବୈଭବଙ୍କ ସହିତ ବସିଥିବା ନଜର ଆସିଛନ୍ତି । ଦୁଇ ପତିପତ୍ନୀ ହୋମରେ ଆହୁତି ଦେଉଥିବା ଦେଉଛନ୍ତି ଓ ପାଖରେ ବସିଥିବା ପଣ୍ଡିତାଣି ମଧ୍ୟ ହୋମକୁଣ୍ଡରେ ଘିଅର ଆହୁତି ଦେଉଛନ୍ତି । ଫ୍ୟାନ୍ସମାନେ ବହୁତ ଜଲଦି ଏହାକୁ ନୋଟିସ କରିବା ସହ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅନେକ ଏହାକୁ ସଠିକ୍ ମାନ୍ୟତାରେ ଫେମିନିଜମ୍ କହିଥିବା ବେଳେ ଆଉ କେତେକ ମହିଳା ପଣ୍ଡିତଙ୍କୁ ପ୍ରଥମ ଥର ପାଇଁ ଦେଖୁଛୁ ବୋଲି ଲେଖିଛନ୍ତି ।

ତେବେ ଦିୟା ମିର୍ଜା ଓ ବୈଭବ ରେଖିଙ୍କ ବିବାହ ଉତ୍ସବରେ କେବଳ ଉଭୟଙ୍କର କିଛି ହାତଗଣତି ବନ୍ଧୁ ଉପସ୍ଥିତ ଥିଲେ। ବାହାଘର ପରେ ଦିୟା ଓ ବୈଭବ ଗଣମାଧ୍ୟମ ସମ୍ମୁଖରେ ଆସି ‍ଫଟୋ ପୋଜ୍‌ ଦେଇଥିଲେ। ଏଥିସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମିଠା ମଧ୍ୟ ବାଣ୍ଟିଥିଲେ। ନିଜର ପ୍ରଥମ ସ୍ବାମୀ ସାହିଲ ସାଙ୍ଗାଙ୍କୁ ଛାଡ଼ପତ୍ର ଦେବାପରେ ପୁଣି ଥରେ ଦିୟାଙ୍କ ଜୀବନରେ ଖୁସି ରଙ୍ଗ ଭରିବାରେ ଲାଗିଛି। ବିବାହର ୨ ଦିନ ପୂର୍ବରୁ ହିଁ ଦିୟା ନିଜର ଦ୍ବିତୀୟ ବିବାହ ସମ୍ପର୍କରେ ସୂଚନା ଦେଇଥିଲେ।

Get real time updates directly on you device, subscribe now.