fbpx

ATM Cardରେ ମାଗଣାରେ ମିଳୁଛି ଲକ୍ଷ ଲକ୍ଷ ଟଙ୍କାର ବୀମା ସୁବିଧା: ଜାଣନ୍ତୁ କେଉଁ କାର୍ଡରେ ରହିଛି କେତେ ବେନିଫିଟ୍

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଡେବିଟ୍ କାର୍ଡ ବ୍ୟବହାର କରୁଛନ୍ତି । ତେବେ ଅନେକ ଲୋକ ଏଟିଏମ କାର୍ଡରେ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ଜାଣି ନଥାନ୍ତି । ଆପଣମାନେ ଏଥିରୁ ଲକ୍ଷ ଲକ୍ଷ ଟଙ୍କାର ଫାଇଦା ପାଇ ପାରିବେ । ବ୍ୟାଙ୍କ ପକ୍ଷରୁ ଆପଣଙ୍କୁ ଡେବିଟ୍ / ଏଟିଏମ୍ କାର୍ଡ ମିଳିବା ପରେ ସଙ୍ଗେସଙ୍ଗେ ଗ୍ରାହକଙ୍କୁ ଦୁର୍ଘଟଣା ଓ ମୃତ୍ୟୁ ଜନିତ ବୀମା ପ୍ରଦାନ କରାଯାଇଥାଏ ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ୱେବସାଇଟ୍ ମୁତାବକ, ଡେବିଟ୍ କାର୍ଡ ହୋଲ୍ଡରଙ୍କୁ ଅସମୟରେ ମୃତ୍ୟୁ ପାଇଁ ବୀମା ସୁବିଧା ମିଳିଥାଏ । ଏହି ବୀମା କଭର ଅଲଗା ଅଲଗା କାର୍ଡ ପାଇଁ ଭିନ୍ନ ଭିନ୍ନ ହୋଇଥାଏ । ଗ୍ରାହକ ଯଦି ଦୁର୍ଘଟଣା ତାରିଖରୁ ୯୦ ଦିନ ପୂର୍ବରୁ ଥରୁଟିଏ ଯେ କୌଣସି ଏଟିଏମ, ପିଓଏସ, ଇ-କମରେ ନିଜର କାର୍ଡର ବ୍ୟବହାର କରିଥିବେ, ତେବେ ତାଙ୍କୁ ଏହି ବୀମା କଭର ମିଳିପାରିବ ।

ଯଦି ଜଣେ ବ୍ୟକ୍ତି କୌଣସି ସରକାରୀ ବା ବେସରକାରୀ ବ୍ୟାଙ୍କର ଏଟିଏମର ବ୍ୟବହାର ଅତିକମରେ ୪୫ ଦିନଠାରୁ କରୁଥିବେ ତେବେ ସେ ବୀମା ପାଇବାକୁ ହକଦାର ହେବେ । ପ୍ରତ୍ୟେକ ବ୍ୟାଙ୍କ ପାଇଁ ଏହି ସମୟସୀମା ଅଲଗା ରହିଥାଏ । ଏଟିଏମ କାର୍ଡର କ୍ୟାଟେଗୋରୀ ହିସାବରେ ସେଥିରେ ମିଳୁଥିବା ବୀମା ରାଶି ନିର୍ଭର କରିଥାଏ । କ୍ଲାସିକ କାର୍ଡରେ ୧ ଲକ୍ଷ, ପ୍ଲାଟିନମ କାର୍ଡରେ ୨ ଲକ୍ଷ, ସାମାନ୍ୟ ମାଷ୍ଟର କାର୍ଡରେ ୫୦ ହଜାର, ପ୍ଲାଟିନମ ମାଷ୍ଟର କାର୍ଡରେ ୫ ଲକ୍ଷ, ଭିସା କାର୍ଡରେ ୧.୫-୨ ଲକ୍ଷ, ରୁପେ କାର୍ଡରେ ୨ ଲକ୍ଷର ବୀମା କଭର ମିଳିଥାଏ । ଏଥିପାଇଁ ଆପଣ ନୋମିନି ସମ୍ବନ୍ଧିତ ବ୍ୟାଙ୍କକୁ ଯାଇ ଇନ୍ସ୍ୟୁରାନ୍ସ କ୍ଲେମ କରିପାରିବେ ।

Get real time updates directly on you device, subscribe now.