fbpx

ଉପ-ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଲେ ନିର୍ବାଚନ ଆୟୋଗ,କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଇସି) ଲକ୍ଷ୍ମଦ୍ବୀପରେ ଅନୁଷ୍ଠିତ ହେବାକୁ ଥିବା ସଂସଦୀୟ ଉପ-ନିର୍ବାଚନକୁ ସ୍ଥଗିତ ରଖିଛି। ଜାନୁଆରୀ ୨୫, ୨୦୨୩ ରେ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଥିଲେ। ପୂର୍ବତନ ଲକ୍ଷ୍ମଦ୍ୱୀପ ସାଂସଦ ମୋହଦ ଫୈଜଲ ପିପିଙ୍କ ଆବେଦନ ଉପରେ ହାଇକୋର୍ଟ ଏହାକୁ ସ୍ଥଗିତ ରଖିଛନ୍ତି। ଏହାପୂର୍ବରୁ ନିର୍ବାଚନ ଆୟୋଗ କେତେକ ରାଜ୍ୟରେ ବିଧାନସଭା ଉପନିର୍ବାଚନ ସହିତ ଲକ୍ଷ୍ମଦ୍ୱୀପ ଲୋକସଭା ଆସନ ପାଇଁ ଭୋଟ୍ ତାରିଖ ଘୋଷଣା କରିଥିଲେ। ଫେବୃଆରୀ ୨୭ ରେ ଲକ୍ଷ୍ମୀଦୀପ ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ ବୋଲି କମିଶନ ଘୋଷଣା କରିଥିଲେ।

ଆୟୋଗ କହିଛନ୍ତି ଯେ ସମ୍ବିଧାନର ଧାରା ୧୦୨ ଅନୁଯାୟୀ ମୋହଦ ଫୈଜଲ ଦୋଷୀ ସାବ୍ୟସ୍ତ ହେବା ପରେ ଉପ-ନିର୍ବାଚନ ଘୋଷଣା କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଫୈଜଲ କେରଳ ହାଇକୋର୍ଟରେ ଏକ ଆବେଦନ କରିଥିଲେ ।

ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଲକ୍ଷ୍ମଦ୍ବୀପ ସଂସଦୀୟ ଆସନରୁ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ ନାହିଁ। ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟରେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଲକ୍ଷ୍ମୀଦୀପ ସଂସଦୀୟ ଆସନ ପାଇଁ କୌଣସି ଉପ-ନିର୍ବାଚନ ହେବ ନାହିଁ। ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ​​ଲକ୍ଷ୍ମଦୀପ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ମହମ୍ମଦ ଫୈଜଲଙ୍କୁ ଲୋକସଭା ସଚିବଙ୍କ ଦ୍ୱାରା ଅଯୋଗ୍ୟ କରାଯାଇଥିଲା। ଏହା ପରେ ଲକ୍ଷ୍ମଦ୍ୱୀପ ଆସନରେ ଉପ-ନିର୍ବାଚନକୁ ନେଇ ଆଲୋଚନା ସୃଷ୍ଟି ହୋଇଥିଲା। ନିର୍ବାଚନ ଆୟୋଗର ଏକ ବିବୃତ୍ତି ପରେ ମହମ୍ମଦ ଫୈଜଲ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ।

Get real time updates directly on you device, subscribe now.