fbpx

ପୁଣି ବଢ଼ିଲା ଲାଲୁ ଯାଦବଙ୍କ ସମସ୍ୟା: ୧୫ଟି ଠିକଣାରେ CBI ରେଡ୍

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ଯାଦବଙ୍କ ସମସ୍ୟା ପୁଣି ବଢ଼ିଯାଇଛି । ନିକଟରେ ଚାରା ଦୁର୍ନୀତି ମାମଲାରେ ଜାମିନ ମିଳିବା ପରେ ଜେଲରୁ ବାହାରିଥିବା ଲାଲୁଙ୍କ ବିରୋଧରେ ସିବିଆଇ ନୂଆ ମାମଲା ରୁଜୁ କରିଛି ।

ରେଲୱେ ନିଯୁକ୍ତି ମାମଲାରେ ସିବିଆଇ ନୂଆ ମାମଲା ରୁଜୁ କରିଥିବା ଜଣାପଡିଛି । ଏହା ସହ ଲାଲୁ ଯାଦବଙ୍କ ୧୫ଟି ଠିକଣାରେ ସିବିଆଇ ଆଜି ରେଡ୍ କରିଛି । ଭ୍ରଷ୍ଟାଚାର ମାମଲାରେ ଚଢ଼ାଉ କରୁଛି ସିବିଆଇ । ଲାଲୁ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ଏପରି ଭ୍ରଷ୍ଟାଚାର ହୋଇଥିବା ସିବିଆଇ କହିଛି ।

ମିଳିଥିବା ସୂଚନା ଅନୁସାରେ, ଲାଲୁ ଯାବଦକଙ୍କ ଝିଅ ମୀସା ଭାରତୀଙ୍କ ଘରେ ବି ସିବିଆଇ ରେଡ୍ କରୁଛି । ରେଲୱେରେ ଚାକିରି ଦେବା ବଦଳରେ ଲାଲୁ ଜମି ନେଇଥିବା ନେଇ ଅଭିଯୋଗ କରିବା ସହିତ ଅନେକ ସ୍ଥାନରେ ଚଢ଼ାଉ ଜାରି ରଖିଛି ସିବିଆଇ ।

Get real time updates directly on you device, subscribe now.