fbpx

ପ୍ରବଳ ବର୍ଷା ଓ ଭୁସ୍ଖଳନରେ ଆଖି ବୁଜିଲେ ୧୭ ଜୀବନ

ନୂଆଦିଲ୍ଲୀ: ଲଘୁଚାପ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଲଗାତର ଭାବରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ଗନତା ନାହିଁ ନଥିବା ହଇରାଣ ହେଉଛନ୍ତି କାହା ଘରେ ପାଣି ପଶିଛି ତ କେଉଁଠି ରାସ୍ତା ଘାଟରେ ଜଳାର୍ଣ୍ଣବ ହୋଇଯାଇଛି । ତେବେ ଇତି ମଧ୍ୟରେ ଖବର ମିଳିଛି ଯେ, ପାକିସ୍ତାନର ଉତ୍ତର ପଶ୍ଚିମାଞ୍ଚଳରେ କିଛି ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି । ଏହି କାରଣରୁ ଏଠାରେ ପ୍ରଳୟ ପରିସ୍ଥିତି ଉପୁଜିଛି । ମୂଷଳଧାର ବର୍ଷା କାରଣରୁ ଏଠାରେ ୧୭ ଜଣ ମୃତ୍ୟୁବରଣ କରିଛନ୍ତି ଓ ୧୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।

ପାକିସ୍ତାନର ତୋରଘାର ଜିଲ୍ଲାରେ ପ୍ରବଳ ବର୍ଷାରେ ଅନେକଙ୍କ ଘର ଜଳରେ ମିଶିଯାଇଛି । ଆଉ ଏଠାରେ ୧୧ ଜଣଙ୍କ ଶବ ମିଳିଛି । ଏନେଇ ସେଠାକାର ପୋଲିସ୍ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଉଦ୍ଧାରକାରୀ ମାନେ ଉକ୍ତ ସ୍ଥାନରେ ଖୋଜାଖୋଜି ଜାରି ରଖିଛନ୍ତି । ଏଥିରେ ମହିଳାଙ୍କ ସମେତ ଛୋଟ ପିଲା ମାନେ ବି ରହିଛନ୍ତି ।

ଖାଲି ସେତିକି ନୁହେଁ ପାକିସ୍ତାନର ଏବ୍ଟାବାଦ୍ ରେ ଭୁସ୍ଖଳନ କାରଣରୁ ଏକ ଦମ୍ପତି ଏବଂ ତାଙ୍କ ପିଲାର ମୃତ୍ୟୁ ହୋଇଛି । ସେଠାକାର ପ୍ରାକୃତିକ ବିପର୍ଯ୍ୟନ୍ତ ଅଧିକାରୀ କହିଚନ୍ତି ଯେ, ଲୋକ ମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି । କିନ୍ତୁ ଭୁସ୍ଖଳନ ସୃଷ୍ଟି ହେଉଥିବା ପାହାଡ଼ିଆ ସ୍ଥାନ ମାନଙ୍କରେ ସମସ୍ୟା ଦେଖାଦେଇଛି । ସେ ଆହଚରି ବି କହିଛନ୍ତି ଯେ, ପ୍ରବଳ ବର୍ଷା କାରଣରୁ ପାକିସ୍ତାନର ଅନେକ ଅଞ୍ଚଳରେ ବନ୍ୟା ସଙ୍କଟ ଦେଖାଦେଇଛି ।

Get real time updates directly on you device, subscribe now.