fbpx

ଆଜି ବି ଅମର କୋକିଳ କଣ୍ଠୀ ଲତା ମଙ୍ଗେସକର; ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ବାଲୁକା ଚିତ୍ରକଳା ମାଧ୍ୟମରେ ସମ୍ମାନ ଦେଲେ ଶୀଳ୍ପି ସୁଦର୍ଶନ ପଟ୍ଟନାୟକ

ପୁରୀ: ମେରି ଆୱାଜ ହି ମେରା ପେହେଚାନ ହେ..ଏହି ପକ୍ତିଂକୁ ସତ କରିଦେଇଛନ୍ତି ଭାରତର କୋକିଳ କଣ୍ଠୀ ଲତା ମଙ୍ଗେସକର । ଲତାଜୀ ଆଉ ନାହାନ୍ତି ସତ, କିନ୍ତୁ ତାଙ୍କ ମଧୁର ସ୍ୱରରେ ସେ ଶ୍ରୋତାଙ୍କ ହୃଦୟରେ ଚିର ଅମର ହୋଇରହିଗଲେ । ଆଜି ବି ଲୋକେ ଗୁଣୁ ଗୁଣାନ୍ତୁ ତାଙ୍କ ଗୀତ , ପ୍ରତିଟି ସଂଗୀତପ୍ରେମୀଙ୍କ ହୃଦୟରେ ଆଜି ବି ସେ ଅମର ହୋଇ ରହିଛନ୍ତି । ପଦ୍ମଭୂଷଣ, ପଦ୍ମବିଭୂଷଣ, ଦାଦା ସାହେବ ଫାଲ୍କେ ଓ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ଲତାଜୀ ନିଜ ଜୀବନକାଳରେ ହଜାରହଜାର ଗୀତ ରେକର୍ଡ କରିଛନ୍ତି । ତାଙ୍କ କଣ୍ଠରେ ସତରେ ଯେମିତି ଯାଦୁ ଥିଲା ।

କିମ୍ବଦନ୍ତୀ ଗାୟିକା ଲତା ୨୦୨୨ ଜାନୁୟାରୀ ରେ କରୋନାରେ ସଂକ୍ରମିତ ହୋଇ ମୁମ୍ବଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଭେଣ୍ଟିଲେଟରରେ ଥିବା ଲତାଜୀ ଫେବୃୟାରୀ ୬ ତାରିଖରେ ସବୁଦିନ ପାଇଁ ଆଖି ବୁଜିଥିଲେ । ରାଷ୍ଟୀୟ ମର୍ଜ୍ୟାଦା ସହିତ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ତେବେ ଆଜି ବି ତାଙ୍କର ସୁମଧୁର ଗୀତ ଲୋକେ ଗୁଣୁଗୁଣାଉଛନ୍ତି ଏବଂ ତାଙ୍କୁ ମନେ ପକାଉଛନ୍ତି । ତେବେ ତାଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ତେଣୁ ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ନିର୍ମାଣ କରି ସ୍ୱର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ତେବେ ସେ ପୁରୀ ନିଳାଦ୍ରୀ ବିଚ୍ ରେ ସେ ଏହି ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି।

ଲତା ମଙ୍ଗେସକରଙ୍କ ପ୍ରତିକୃତି ସହ ଗ୍ରାମଫୋନ୍ ଏକ ପ୍ରତିକୃତି ଏହି ବାଲୁକା ଚିତ୍ରକଳା ରେ ଦେଖି ବାକୁ ମିଳିଛି। ମେରୀ ଆବାଜ ହିଁ ମେରୀ ପେହେଚାନ ହେ ଉକ୍ତ ବାଲୁକା ଚିତ୍ର କଳା ରେ ଲେଖାଯାଇଛି। ଲତଜୀଙ୍କ ଦେହାନ୍ତ ପରେ ତାଙ୍କ ସୁନ୍ଦର ଗୀତ ତାଙ୍କୁ ଏବେ ବି ଅମର କରି ରଖିଛି। କେବଳ ଭାରତ କାହିଁକି ବିଦେଶ ରେ ମଧ୍ୟ ଲତା ଙ୍କ କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କ ଗୀତ ତାଙ୍କୁ ଅମର କରି ରଖିଥିବା ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଚନ୍ତି। ତେବେ ପୁରୀ ବେଳାଭୁମି ରେ ଏହି ବାଲୁକା ଚିତ୍ର କଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଲାଗି ରହିଥିବା ଜଣାପଡିଛି ।

Get real time updates directly on you device, subscribe now.