fbpx

କେରଳରେ ବାମ ଦୁର୍ଗ କାଏମ୍: ବିଜୟପଥରେ ଅଗ୍ରସର LDF

ନୂଆଦିଲ୍ଲୀ, ୨ା୫: କେରଳରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଚାଲିଛି । ତେବେ ବର୍ତ୍ତମାନ ସୁଦ୍ଧା ୧୪୦ଟି ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲଡିଏଫ) ୮୪ଟି ଆସନରେ ଆଗୁଆ ରହିଛି । ସରକାର ଗଢ଼ିବା ପାଇଁ ୭୧ଟି ସିଟର ଆବଶ୍ୟକ ଥିବା ବେଳେ ଏଲଡିଏଫ ବହୁମତଠାରୁ ଅଧିକ ସିଟରେ ଆଗରେ ରହିଛି । ପ୍ରତିଦ୍ୱନ୍ଦ୍ୱୀ ୟୁଡିଏଫ ୪୫, ଏନଡିଏ ୪ଟି ସିଟରେ ଆଗୁଆ ରହିଛନ୍ତି । ଭୋଟ ଗଣତି ସମାପ୍ତ ପାଇଁ ଆଉ ଅଳ୍ପ ସମୟ ବାକି ଥିବା ବେଳେ ଏଲଡିଏଫ ଜିତିବା ସୁନିଶ୍ଚିତ ହୋଇଛି ।

ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନେତୃତ୍ୱକୁ ପୁଣି ଭରସା କରିଥିବା ଫଳାଫଳରୁ ସ୍ପଷ୍ଟ ହୋଇଛି । ବିଜୟନଙ୍କ ଦୃଢ଼ ନେତୃତ୍ୱ ପାଇଁ ଏଲଡିଏଫ ପୁଣି ଥରେ ରାଜ୍ୟର ମଙ୍ଗ ଧରିବାକୁ ଯାଉଛି । ବିଜୟନ କ୍ଷମତାରେ ଥିବା ସମୟରେ ରାଜ୍ୟରେ ବହୁ ପ୍ରାକୃତିକୁ ଦୁର୍ବିପାକ ଦେଖାଦେଇଥିଲେ ମଧ୍ୟ ସେ ତାହାକୁ ସୁଚାରୁରୂପେ ସମ୍ପାଦନ କରିପାରିଥିଲେ । ଆଜିର ସଫଳତା ବିଜୟନଙ୍କୁ ଜଣେ ପ୍ରତିଭାଶାଳୀ ରାଜନେତାର ପରିଚୟ ଦେଇଛି ।

Get real time updates directly on you device, subscribe now.