fbpx

ପତ୍ନୀଙ୍କୁ ବାପଘରୁ ଫେରାଇ ଆଣିବା ପାଇଁ ଛୁଟି ଆବେଦନ: ବାବୁଙ୍କ ଲେଟର ଭାଇରାଲ

ଉତ୍ତରପ୍ରଦେଶ: ଏବେ ଛୁଟି ମାଗିବା ପାଇଁ କର୍ମଚାରୀମାନେ ନୂଆ ଅନ୍ଦାଜରେ ଆପ୍ଲିକେସନ ଦେଉଛନ୍ତି । ଏସବୁ ଲେଟର ଏବେ ସୋସିଆଲ ମିଡିଆରେ ଖୁବ ଟ୍ରେଣ୍ଡ କରୁଛି । କେବେ ବିବାହ ପରେ ଖୁସି ଖବର ଦେବା ପାଇଁ ଛୁଟି ମାଗୁଛନ୍ତି ତ ଆଉ କେବେ ନୂଆ ଷ୍ଟାଇଲରେ ଲେଖୁଛନ୍ତି ରେଜିଗନେସନ ଲେଟର । ଏହିଭଳି ଭାଇରାଲ ଲେଟର ୟୁଜରମାନଙ୍କ ମନକୁ ମଧ୍ୟ ଛୁଇଁଯାଉଛି ଏବଂ ପାଲଟିଯାଉଛି ସେମାନଙ୍କ ମନୋରଞ୍ଜନର ନୂଆ ଖୁରାକ । ସେହିଭଳି ଏକ ଲେଟର ଏବେ ପୁଣି ଭାଇରାଲ ହେବାରେ ଲାଗିଛି ।

ପତ୍ନୀଙ୍କୁ ବାପଘରୁ ଫେରାଇ ଆଣିବା ପାଇଁ ଛୁଟି ଆବେଦନ କରିଛନ୍ତି ଜଣେ କର୍ମଚାରୀ । ଏହି ଘଟଣା ହେଉଛି ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ । ଖଣ୍ଡ ଶିକ୍ଷା ଅଧିକାରୀଙ୍କୁ ଛୁଟି ପାଇଁ ମିଳିଥିବା ଜଣେ ବାବୁଙ୍କ ଲେଟର ଏବେ ଭାଇରାଲ ହେବାରେ ଲାଗିଛି । ନିଜ ପତ୍ନୀଙ୍କ ମନାଇବା କାରଣ ଦେଇ ସେ ଛୁଟି ପାଇଁ ଅପିଲ କରିଛନ୍ତି । ଚିଠି ଲେଖିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ପ୍ରେମନଗର ଖଣ୍ଡ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କର୍ମଚାରୀ ବାବୁ ଶମଶାଦ ଅହମଦ । ଦାମ୍ପତ୍ୟ ଜୀବନର ଏକ କଳି ଝଗଡାକୁ ନେଇ ପତ୍ନୀ ରାଗି ଯାଇ ବାପଘରକୁ ଚାଲି ଯାଇଥିବା ସେ ପ୍ରକାଶ କରିଛନ୍ତି ।

वायरल लेटर

ଏହି ଚିଠିରେ ବାବୁ ଶମଶାଦ ଅହମଦ ଲେଖିଛନ୍ତି ଯେ, ‘ପତ୍ନୀଙ୍କ ସହ ପ୍ରେମ ଓ ଭଲପାଇବା ଘଟଣାକୁ ନେଇ ଏକ ଛୋଟ କଳିଝଗଡା ହୋଇଯାଇଥିଲା । ଏହାପରେ ପତ୍ନୀ ବଡ ଝିଅ ଏବଂ ୨ ପିଲାଙ୍କୁ ଧରି ବାପଘରକୁ ଚାଲି ଯାଇଛନ୍ତି । ଏହାଦ୍ୱାରା ମାନସିକ ସ୍ତରରେ ମୁଁ ଆହତ ହୋଇଛି । ସେମାନଙ୍କୁ ମନାଇବା ସହ ଘରକୁ ଫେରାଇ ଆଣିବା ପାଇଁ ଗାଁକୁ ଯିବାର ଅଛି । ତେଣୁ ଦୟାକରି ଛୁଟି ସ୍ୱୀକାର କରନ୍ତୁ ।’ ତେବେ ବାବୁଙ୍କର ଏହି ଛୁଟି ମଞ୍ଜୁର କରି ନିଆଯାଇଥିବା ମଧ୍ୟ ଜଣାଯାଇଛି ।

ତେବେ ସବୁଠୁ ରୋମାଞ୍ଚକର ଘଟଣା ହେଉଛି ଏହାପୂର୍ବରୁ ସେ ଅପ୍ୟ ଏକ କାରଣ ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ । କିନ୍ତୁ ଏହା ସ୍ୱୀକାର କରାଯାଇ ନଥିଲା । କିନ୍ତୁ ଏବେ ପ୍ରକୃତ ଘଟଣା ଏବଂ କାରଣ ଦେଇ ଛୁଟଇ ଆବେଦନ କରିବାରୁ ତାଙ୍କୁ ଛୁଟି ମଞ୍ଜୁର ହୋଇଛି । ତେବେ ବାବୁ ଶମଶାଦଙ୍କର ଏହି ଛୁଟି ଲେଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କେବଳ ଶମଶାଦ ନୁହେଁ ଏମିତି ଅନେକ ଲୋକ ଏଭଳି ନିଆରା ଛୁଟି ଆବେଦନ କରି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ।

Get real time updates directly on you device, subscribe now.