fbpx

କେରଳରେ ଇତିହାସ ରଚିପାରେ LDF ! ୯୨ ଆସନରେ ଆଗୁଆ

ନୂଆଦିଲ୍ଲୀ,୨ ।୫: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପାଇ ଭୋଟ୍ ଗଣତି ଜାରି ରହିଛି । କେରଳ ବିଧାନସଭା ନିର୍ବାଚନ ପାଇଁ ୬ ଏପ୍ରିଲରେ ମତଦାନ ସମ୍ପର୍ଣ୍ଣ ହୋଇଥିବା ବେଳେ କୋଭିଡ ଗାଇଡଲାଇନ ମୁତାବକ ଆଜି ଭୋଡ ଗଣନା ଚାଲିଛି । ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, କଂଗ୍ରେସର ବରିଷ୍ଠ ନେତା ଓମେନ ଚାଣ୍ଡି, ମେଟ୍ରୋ ମ୍ୟାନ୍ ଇ ଶ୍ରୀଧରନ୍ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କେଜେ ଆଲଫୋନ୍ସଙ୍କ ସମେତ ୯୭୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ବିଧାନସଭା ନିର୍ବାଚନ ସହିତ ମଲାପୁରମ୍ ଲୋକସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ୍ ଗଣନା ମଧ୍ୟ ଆରମ୍ଭ ହୋଇଛି ।

ବର୍ତ୍ତମାନ ସୁଦ୍ଧା ବାମପନ୍ଥୀ ନେତୃତ୍ୱାଧୀନ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ( LDF) ୯୨ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଚ (UDF) ୪୫ଟି ଆସନରେ ଆଗୁଆ ରହିଛି । ସେହିପରି କେରଳରେ ବିଜେପି ମାତ୍ର ୩ଟି ଆସନରେ ଆଗୁଆ ରହିଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ସ୍ୱାସ୍ଥ୍ୟମନ୍ତ୍ରୀ କେ କେ ଶୈଲଜା ଆଗୁଆ ଅଛନ୍ତି ।

Get real time updates directly on you device, subscribe now.