fbpx

ମୁଖ୍ୟମନ୍ତ୍ରୀ ପଦ ଛାଡି ବାକି ସବୁ ଗୁରୁତ୍ୱପୂର୍ଣ ମନ୍ତ୍ରାଳୟ ବାଜିମାରିନେଲା ବିଜେପି! ଜାଣନ୍ତୁ କଣ ରହିଛି ପୂରା ରଣନିତି

ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟର ଅବସାନ ଘଟିଛି। ଶିବସେନାର ବିଦ୍ରୋହୀ ଦଳ ନେତା ଏକନାଥ ସିନ୍ଦେ ବିଜେପି ସହିତ ମିଶି ନୂତନ ସରକାର ଗଠନ କରିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ଏକନାଥ ସିନ୍ଦେ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ଦେବେନ୍ଦ୍ର ଫଡନାବିସ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ତେବେ ବିଜେପି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେଇଥିବା ବେଳେ ଗୃହ ଏବଂ ବିତ୍ତ ସମେତ ଅନେକ ଗୁରୁତ୍ୱପୁର୍ଣ୍ଣ ବିଭାଗ ନିଜ ପାଖରେ ରଖିବା ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ବିଜେପି ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ପାର୍ଟିର ଅନେକ ସଦସ୍ୟ ଅଗଚୋର ଥିଲେ। ଏହା ରାଜ୍ୟ ରାଜନେତାମାନଙ୍କ ପାଇଁ ଏକ ଝଟକା ଥିଲା। ସେମାନେ କହିଛନ୍ତି ଯେ, ଆମେ ଦୁଇ ଦିନ ପୁର୍ବରୁ ଫଡନାବିସ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା କରୁଥିଲୁ, କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ତେବେ ଏହି ନିଷ୍ପତ୍ତି ବିଜେପିକୁ ସେତେବେଳେ ନେବାକୁ ପଡ଼ିଥିଲା ଯେତେବେଳେ ଉଦ୍ଧବ ଠାକରେ ବିଦ୍ରୋହୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲେ।

ଜାଣିବାକୁ ମିଳିଛି ଯେ କ୍ଷମତା ବଣ୍ଟନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଚୂଡାନ୍ତ ରୂପ ଦିଆଯାଇଥିଲା। ଏହି ନୂତନ ସରକାରରେ ଏକନାଥ ସିନ୍ଦେ ଦଳ ୧୫ ଟି ମନ୍ତ୍ରୀ ପଦ ପାଇବାର ସମ୍ଭାବନା ଥିବାବେଳେ ବିଜେପି ଗୃହ, ଅର୍ଥ, କୃଷି, ରାଜସ୍ୱ, ପିଡବ୍ଲ୍ୟୁଡି, ସ୍କୁଲ ଶିକ୍ଷା, ପରିବେଶ ଭଳି ପ୍ରମୁଖ ମନ୍ତ୍ରଳାୟ ପାଇପାରେ। ଏହି ପରିପ୍ରେକ୍ଷୀରେ, ବିଜେପି ନିଶ୍ଚିତ କରିବାକୁ ଚାହୁଁଛି ଯେ ବିକାଶ ସମ୍ବନ୍ଧୀୟ କାର୍ଯ୍ୟ ଏହା ସହିତ ରହିବ।

୨୦୧୪ ର ବିଜେପି-ଶିବସେନା ସରକାର ସମୟରେ ଜୁନିଅର ପାର୍ଟନରଙ୍କୁ ୧୨ ଟି ମନ୍ତ୍ରଳାୟ ଦିଆଯାଇଥିଲା, କିନ୍ତୁ ସେଗୁଡ଼ିକ ମଧ୍ୟରୁ କୌଣସିଟି ଗୁରୁତ୍ୱପୂର୍ଣ୍ଣ ନଥିଲା, ଯାହା ଶିବସେନାରେ ବହୁତ ଅସନ୍ତୋଷ ସୃଷ୍ଟି କରିଥିଲା। ଜଣେ ବିଜେପି ନେତା କହିଛନ୍ତି ଯେ ଏଥର ଏକନାଥ ସିନ୍ଦେ ଏକ ଭଲ ବୁଝାମଣା ସ୍ଥିତିରେ ଅଛନ୍ତି।

ତେବେ ଭବିଷ୍ୟତରେ ବିଜେପି ଏବଂ ସିନ୍ଦେ କ୍ୟାମ୍ପ ମଧ୍ୟରେ ବିବାଦର ମୂଳମନ୍ତ୍ର ଗୃହ ମନ୍ତ୍ରଣାଳୟ ହୋଇପାରେ। ଫଡନାଭିସ୍ ତାଙ୍କ ସରକାରର ପାଞ୍ଚ ବର୍ଷ ପାଇଁ ବିଭାଗ ପରିଚାଳନା କରିଥିଲେ ଏବଂ ପୋଲିସ୍ ଫୋର୍ସ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଥିଲେ। ଏହା ଦେଖିବାକୁ ପଡ଼ିବ ଯେ, ଶିନ୍ଦେ ବିଜେପିକୁ ଗୃହ ମନ୍ତ୍ରଳାୟ ଦେବାକୁ ରାଜି ହେଉଛି କି ନାହିଁ। ଏହା ମନେ ରଖିବା ଉଚିତ ଯେ ସିନ୍ଦେ ଦଳର ୫୦ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୯ ଜଣ ମହା ବିକାଶ ଅଘାଡ଼ି ସରକାରରେ ମନ୍ତ୍ରୀ ଥିଲେ।

Get real time updates directly on you device, subscribe now.