fbpx

ବିଜୟା ଦଶମୀରେ କାହିଁକି ହୁଏ ସିନ୍ଦୁର ଖେଳ ,ଜାଣନ୍ତୁ ଏହା ପଛରେ ଲୁଚି ରହିଥିବା କିମ୍ବଦନ୍ତୀ

ଭୁବନେଶ୍ୱର: ପୁଣି ଥରେ ଆସୁଛି ଦଶହରା। ହିନ୍ଦୁ ଧର୍ମରେ ଏହି ପର୍ବର ବହୁତ ମହତ୍ୱ ରହିଛି। ଶାରଦୀୟ ଦୁର୍ଗା ପୂଜାରେ ଦେବୀ ମା ଧରାୃଷ୍ଠରେ ଅବତରଣ କରିଥାନ୍ତି । ଆସନ୍ତା ସୋମବାର ଠାରୁ ଆରମ୍ଭ ହେଉଛି ନବରାତ୍ରୀ । ପ୍ରତିବର୍ଷ ଆଶ୍ଵିନ ମାସ ଶୁକ୍ଲ ପକ୍ଷ ପ୍ରତିପଦା ତିଥିରେ ନବରାତ୍ରୀ ଆରମ୍ଭ ହୋଇଥାଏ।ଚାରିଆଡେ ପେଣ୍ଡାଲ ସାଜସଜା ଆରମ୍ଭ ହେବ ସହ ମାଙ୍କ ମୂର୍ତ୍ତି କାମ ମଧ୍ୟ ସମ୍ପୁର୍ଣ୍ଣ ହେଲାଣି । ଦେବୀଙ୍କ ଆଗମନରେ ଗାଁଠୁ ସହର ଚାରିଆଡ ଉତ୍ସବ ମୁଖର ହୋଇଉଠିଲାଣି । ତେବେ ଏହି ପୂଜାରେ ସମସ୍ତେ ସାମିଲ ହୋଇ ସମାନ ଢଙ୍ଗରେ ପୂଜା କରିଥିବା ବେଳେ ବଙ୍ଗାଳି ସମାଜରେ କିଛି ନିଆରା ଢଙ୍ଗରେ ବହୁ ପୁରାତନ ଯୁଗରୁ ପାଳନ କରାଯାଉଛି ।

ତେବେ ଆସନ୍ତୁ ଜାଣିବା ଯେ ବିଜୟ ଦଶମୀ ଦିନ ବଙ୍ଗାଳି ସମାଜରେ କିପରି ପାଳନ କରାଯାଏ।
ନବରାତ୍ରୀରେ ଦେବୀ ମାଙ୍କୁ ଆହ୍ୱାନ କରାଯାଏ ଏବଂ ପୂଜା-ଅର୍ଚ୍ଚନା ଆରମ୍ଭ ହୋଇଥାଏ। ବିଜୟା ଦଶମୀ ଦିନ ମାଙ୍କୁ ବିଦାୟ ଦିଆଯାଏ। ତେବେ ପୂଜାର ଶେଷ ଦିନ ତଥା ବିଜୟା ଦଶମୀ ଦିନ ବଙ୍ଗାଳିମାନେ କିଛି ନିଆର ଢଙ୍ଗରେ ମାଙ୍କୁ ବିଦାୟ ଦେଇଥାନ୍ତି । ବିଜୟା ଦଶମୀ ଦିନ ବଙ୍ଗାଳି ସମାଜ ଦେବୀ ମା ଦୁର୍ଗାଙ୍କ ସହ ସିନ୍ଦୁର ହୋଲି ଖେଳିଥାନ୍ତି । ପଶ୍ଚିମବଙ୍ଗ, ବଙ୍ଗଳା, ଏବଂ ବାଙ୍ଗାଲାଦେଶ ଭଳି ଏହି ସମୟରେ ଗ୍ରାଣ୍ଡ ସେଲିବ୍ରେସନ କରାଯାଇଥାଏ ।

ସୂଚନାମୁତବକ, ବିଜୟା ଦଶମୀ ଦିନ ଦେବୀ ମାଙ୍କୁ ବିଦାୟୀ ଦେବା ପୂର୍ବରୁ ବଙ୍ଗାଳି ନାରୀମାନେ ଏକାଠି ହୋଇଥାନ୍ତି । ମା ଦୁର୍ଗାଙ୍କୁ ପାନ ପତ୍ର ଦ୍ୱାରା ସିନ୍ଦୁର ପ୍ରଦାନ କରାଯାଏ। ସିନ୍ଦୁର ହେଉଛି ସମ୍ପୂର୍ଣ୍ଣତାର ପ୍ରତୀକ। ବିଶ୍ୱାସ କରାଯାଏ ଯେ ମା ଦୁର୍ଗା ତାଙ୍କ ମାତୃ ଘର ଛାଡି ତାଙ୍କ ଶାଶୁ ଘରକୁ ଯାଆନ୍ତି। ସେଥିପାଇଁ ଦେବୀ ମା ଦୁର୍ଗାଙ୍କ କପାଳରେ ସିନ୍ଦୁର ଭରି ଦିଆଯାଏ। ଦେବୀ ମା ଦୁର୍ଗାଙ୍କ କପାଳରେ ସିନ୍ଦୁର ଭରି ଦିଆଯାଇଥାଏ । ସିନ୍ଦୁର ଖେଳ ସମୟରେ ପ୍ରଥମେ ମାଙ୍କ ଗାଲରେ ପାନ ପତ୍ର ଲଗ।ଯାଇଥାଏ। ଏହା ପରେ ମାଙ୍କ ମଥାରେ ସିନ୍ଦୁର ଭରି ଦିଅ।ଯାଏ । ପାରମ୍ପରିକ ରିତିନୀତିରେ ମାଙ୍କ ପାଖରେ ଶେଷରେ ମିଷ୍ଠାନ ଭୋଗ ଲଗାଯାଏ। ଏଥିସହ ମା ଦେବୀ ଦୁର୍ଗାଙ୍କୁ ବିଦାୟ ଦିଆ ଯାଏ। ସେହି ସମୟରେ ବଙ୍ଗାଳି ମହିଳାମାନେ ଧଳା ଏବଂ ନାଲି ରଙ୍ଗର ବଡର ଦିଆ ଶାଢୀ ପିନ୍ଧି ସିନ୍ଦୁରର ହୋଲି ଖେଳି ମାଙ୍କୁ ବିଦାୟ ଦିଅନ୍ତି । ଦେବୀ ଦୁର୍ଗାଙ୍କ ସହ ସିନ୍ଦୁର ହୋଲି ଖେଳିବା ଶୁଭ ଏବଂ ସମୃଦ୍ଧତା ଆଣିଥାଏ ବୋଲି ବିଶ୍ୱାସ ରଖାଯାଏ ।

Get real time updates directly on you device, subscribe now.