fbpx

ଆସନ୍ତୁ ଜାଣିବା ଦୁନିଆଁର ସବୁଠାରୁ ବଡ଼ ପରିବାରର ବିଷୟରେ

ଜଣେ ବ୍ୟକ୍ତି ଏକ, ଦୁଇ ବା ତିନି ଜଣଙ୍କୁ ବିବାହ କରିଥିବା ଆପଣମାନେ ଶୁଣିଥିବେ । ଆପଣମାନେ ଏକଥା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ୩୯ ଜଣଙ୍କୁ ବିବାହ କରିଛନ୍ତି । ଏକଥା ଶୁଣିବା ପରେ କେହି ବିଶ୍ୱାସ କରି ନ ପାରନ୍ତି, ମାତ୍ର ଏକଥା ସତ୍ୟ ଅଟେ । ଏକଥା ମଧ୍ୟ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ, ୩୯ ଜଣ ପତ୍ନୀ ଗୋଟିଏ ଛାତ ତଳେ ରହୁଛନ୍ତି ।

ମିଜୋରାମରେ ରହୁଥିବା ଜଣେ ବ୍ୟକ୍ତି ଏହି କାରନାମା କରିଛନ୍ତି । ଜିୟୋନା ଚାନା ନାମକ ଉକ୍ତ ବ୍ୟକ୍ତି ଏହି ବିବାହ ପାଇଁ ଗିନିଜ୍ ବୁକରେ ସ୍ଥାନ ପାଇଛନ୍ତି । ଜିୟୋନାଙ୍କ ପରିବାରକୁ ଦୁନିଆଁର ସବୁଠାରୁ ବଡ଼ ପରିବାରର ଆଖ୍ୟା ଦିଆଯାଇଛି । ରାଜଧାନୀ ଆଇଜୋଲ ନିକଟରେ ଥିବା ଏକ ଗାଁରେ ରହୁଥିବା ଏହି ପରିବାରରେ ୧୬୭ ଜଣ ସଦସ୍ୟ ଅଛନ୍ତି । ପରିବାରର ସମସ୍ତ ସଦସ୍ୟ ଗୋଟିଏ ଘରେ ରହୁଛନ୍ତି । ଘରର ମୁଖିଆ ଜିୟୋନାଙ୍କର ୩୯ ପତ୍ନୀ, ୯୪ ସନ୍ତାନ ଓ ୩୩ ନାତୁନାତୁଣୀ ରହିଛନ୍ତି । ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଗୋଟିଏ ରୋଷେଇ ଘରେ ଖାଦ୍ୟ ରନ୍ଧାଯାଇଥାଏ । ଗୋଟିଏ ବଡ଼ ଡାଇନିଂ ହଲରେ ୫୦ଟି ଟେବୁଲରେ ସମସ୍ତଙ୍କ ପାଇଁ ଖାଦ୍ୟ ପରଶା ଯାଇଥାଏ । ବହୁ ସଂଖ୍ୟାରେ ଲୋକ ଗୋଟିଏ ଘରେ ରହୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ବୁଝାମଣା ଓ ଭଲପାଇବା ରହିଛି ।

Get real time updates directly on you device, subscribe now.