fbpx

ହାମିଲଟନଙ୍କୁ ଅଷ୍ଟମ ବ୍ରିଟିଶ ଗ୍ରାଣ୍ଡ ପ୍ରିକ୍ସ

ନୂଆଦିଲ୍ଳୀ: ରବିବାର ଅଷ୍ଟମ ଥର ପାଇଁ ବ୍ରିଟିଶ ଗ୍ରାଣ୍ଡପ୍ରିକ୍ସ ଜିତିବାରେ ସଫଳ ହୋଇଛନ୍ତି ଫର୍ମୁଲା-୧ ଡ୍ରାଇଭର ଲୁଇସ ହାମିଲଟନ୍ । ଚାମ୍ପିୟନଶିପର ଅଗ୍ରଣୀ ଡ୍ରାଇଭର ମ୍ୟାକ୍ସ ଭେର୍ଷ୍ଟାପ୍ପେନଙ୍କ ସହିତ ଧକ୍କା କାରଣରୁ ୧୦ ମିନିଟର ପେନାଲ୍ଟି ମିଳିଥିଲେ ହେଁ ହାମିଲଟନ ବିଜୟୀ ହୋଇଥିଲେ । ପ୍ରଥମ ଲାପରେ ମ୍ୟାକ୍ସଙ୍କୁ ଧକ୍କା ଦେଇଥିଲେ ହାମିଲଟନ୍ । ଏହାପରେ ୧୦ ସେକେଣ୍ଡର ପେନାଲ୍ଟି ମଧ୍ୟ ପ୍ରଦାନ କରାଯାଇଥିଲା ।
ଏହି ସମୟରେ ଫେରାରୀର ଚାର୍ଲସ ଲେକଲେର୍କ ତାଙ୍କୁ ଅତିକ୍ରମ କରିଯାଇଥିଲେ । ଏପରିକି ୫୦ ତମ ଲାପ୍ ପର୍ଯ୍ୟନ୍ତ ଚାର୍ଲସ ଅଗ୍ରଣୀ ବଜାୟ ରଖିଥିଲେ । ୫୨ ତମ ଲାପ୍ ବିଶିଷ୍ଟ ରେସର ୫୦ ତମ ଲାପରେ ଅଗ୍ରଣୀ ହାସଲ କରିବା ସହିତ ବିଜୟୀ ହୋଇଥିଲେ ମର୍ସିଡିସର ହାମିଲଟନ । ଚାର୍ଲସ ଲେକଲେର୍କ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅନ୍ୟତମ ମର୍ସିଡିସ୍ ଡ୍ରାଇଭର ଫିନ୍ ଭାଲଟ୍ଟେରୀ ତୃତୀୟ ସ୍ଥାନରେ ରହିଥିଲେ ।

Get real time updates directly on you device, subscribe now.