fbpx

ଲାଇସେନ୍ସ ପାଇଁ ଚିନ୍ତା କି? ପୁଣି ଆରମ୍ଭ ହେବ ସ୍ଲଟ୍‌ ଏହି ତାରିଖରୁ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଲାଇସେନ୍ସ ପାଇଁ ଚିନ୍ତା କରନ୍ତୁନି। ପୂର୍ବ ଭଳି ସବୁ ସୁବିଧା ମିଳିବ। ଆରମ୍ଭ ହେବ ସ୍ଲଟ୍‌ ବୁକିଂ। କରୋନ ମହାମାରୀ ପାଇଁ ଏହି ସବୁ ସେବା ବନ୍ଦ ରହିଥିଲା। ତେବେ ଲର୍ଣ୍ଣିଂ ଲାଇସେନ୍ସ ସମତେ ଗାଡ଼ିର ଫିଟ୍‌ନେସ ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ସରକାର ବାଟ ଖୋଲିଛନ୍ତି।

ସୂଚନା ଅନୁସାରେ ଆସନ୍ତା ୨୩ରୁ ପୁଣି ଆରମ୍ଭ ହେବ ସ୍ଲଟ୍‌ ବୁକିଂ। ଯେଉଁମାନଙ୍କର ଅବଧି ବଢ଼ିଥିଲା ସେମାନେ ମଧ୍ୟ ବିନା ସମସ୍ୟାରେ ପରବର୍ତ୍ତୀ ପଦକ୍ଷେପ ନେଇପାରିବେ। ଆବେଦନ କରିହେବ। ଏଥିସହ ବିଭିନ୍ନ ଗାଡ଼ିର ଫିଟ୍‌ନେସ୍‌ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିହେବ। ପରିବହନ କମିସନ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୭ଟାରୁ ରାତି ୧୦ ମଧ୍ୟରେ ସ୍ଲଟ୍ ବୁକିଂ କରିହେବ ବୋଲି ଜଣାପଡ଼ିଛି।

Get real time updates directly on you device, subscribe now.