fbpx

ଏସିଏଫ୍ ମୃତ୍ୟୁ ରହସ୍ୟ: ଆଜି ବିଦ୍ୟାଭାରତୀଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ରହସ୍ୟକୁ ନେଇ ପୁଣି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଯାଇଛି । ତେବେ ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ । ଭୁବନେଶ୍ୱରସ୍ଥିତ ଏସଏଫଏସଏଲରେ ବିଦ୍ୟାଭାରତୀଙ୍କର ଟେଷ୍ଟ କରାଯିବ । ତେବେ ଏହି ଟେଷ୍ଟ ପରେ ମୃତ୍ୟୁ ଉପରୁ ରହସ୍ୟ ଉଠିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ପ୍ରାୟ ୩ ଘଣ୍ଟା ମଧ୍ୟରେ ଡିଏଫଓଙ୍କୁ ପ୍ରାୟ ୧୦୦ ପ୍ରଶ୍ନ ପଚରା ଯାଇଥିଲା । କିଛି ଦିନ ଧରି କ୍ରାଇମବ୍ରାଞ୍ଚ ନିରବ ରହିଥିବା ବେଳେ ଏହି ଟେଷ୍ଟ ନେଇ ଗଣମାଧ୍ୟମ ପାଖରେ ବି ସୂଚନା ନଥିଲା । ସୌମ୍ୟଙ୍କ ମୃତ୍ୟୁକୁ ଦୁଇ ମାସ ପୂରି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଏହା ଉପରୁ ପରଦା ହଟିନାହିଁ । ଅପରପକ୍ଷେ ସୌମ୍ୟଙ୍କ ପରିବାର କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା ସିବିଆଇକୁ ଦିଆଯିବାକୁ ଦାବି କରିଥିଲେ ।

Get real time updates directly on you device, subscribe now.