fbpx

ପେନସନଭୋଗୀଙ୍କ ପାଇଁ ଖୁସିଖବର; ବଢ଼ିଲା ଲାଇଫ୍ ସାର୍ଟିଫିକେଟ୍ ଜମା କରିବାର ଡେଡଲାଇନ୍, ଜାଣନ୍ତୁ କେତେ ଶେଷ ତାରିଖ କେବେ

ନୂଆଦିଲ୍ଲୀ: ପେନସନଭୋଗୀମାନଙ୍କ ପାଇଁ ଆଶ୍ୱସ୍ତିକର ଖବର ରହିଛି । ସରକାର ପେନସନଭୋଗୀଙ୍କ ଲାଇଫ୍ ସାର୍ଟିଫିକେଟ୍ ଜମା କରିବାର ଅବଧିକୁ ବଢ଼ାଇ ଦେଇଛନ୍ତି । ଉଭୟ ଅନଲାଇନ୍ ଓ ଅଫଲାଇନ୍ ରେ ଏହି ସମୟସୀମାକୁ ବଢ଼ାଇ ଦିଆଯାଇଛି । ଏବେ ଆପଣ ମାନେ ଜୀବନ ପ୍ରମାଣ ପତ୍ରକୁ ଡିସେମ୍ବର ୩୧ ମଧ୍ୟରେ ଦାଖଲ କରିପାରିବେ । ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ସମୟକୁ ବୃଦ୍ଧି କରାଯାଇଛି । ଏନେଇ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଉଲ୍ଲେଖନୀୟ ଯେ, ପେନସନଭୋଗୀ ମାନେ ଯଦି ନିୟମିତ ରୂପରେ ବା ବିନା କୌଣସି ସମସ୍ୟାରେ ପେନସନ୍ ପାଇବାକୁ ଚାହୁଁଥିଲେ ନିଜର ଜୀବନ ପ୍ରମାଣ ପତ୍ର ଦାଖଲ କରିବାକୁ ପଡ଼ିବ । କାରଣ ଏହା ଦ୍ୱାରା ଜଣାପଡ଼ିବ ଯେ, ପେନସନଧାରୀ ଜୀବତ ଅଛନ୍ତି କି ନାହିଁ । ପେନସନଭୋଗୀମାନେ ନିଜ ଜୀବନ ସାର୍ଟିଫିକେଟ୍ ତିଆରି କରିବାକୁ ନିଜେ ଯିବା ଆବଶ୍ୟକ ପଡ଼ିବ ନାହିଁ । କାରଣ ଆପଣ ମାନେ ଅନଲାଇନ୍ ରେ ହିଁ ଲାଇଫ୍ ସାର୍ଟିଫିକେଟ୍ ତିଆରି କରିପାରିବେ । ଏଥିପାଇଁ ଆପଣ ମାନଙ୍କୁ କେନ୍ଦ୍ର ସରକାରଙ୍କ ଲାଇଫ୍ ସାର୍ଟିଫିକେଟ୍ ପୋର୍ଟାଲ୍ https://jeevanpramaan.gov.in/ ପ୍ରମାଣପତ୍ର ତିଆରି କରିପାରିବେ ।

Get real time updates directly on you device, subscribe now.