fbpx

ଲାଗିଗଲା ୧୨ କୋଟିର ଲଟେରୀ, ଅଟୋ ଡ୍ରାଇଭରଙ୍କ ଚମକିଲା ଭାଗ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣତଃ ଆମେ ଶୁଣିଥାଉ ଯେ, ଥରେ ଲଟେରୀ ଜିତିଲେ କେଇ ସେକେଣ୍ଡ ମଧ୍ୟରେ ଜଣଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯାଇଥାଏ । ଏହିପରି ଭାବରେ ଜଣେ ଅଟୋ ଚାଳକ ୧୨ କୋଟି ଟଙ୍କାର ଏକ ମୋଟା ଅଙ୍କର ଅର୍ଥ ଜିତିଛନ୍ତି । ଲଟେରୀ ଜିତିଥିବା ଅଟୋ ଚାଳକଙ୍କ ନାମ ଜୟପାଳନ ପି.ଆର ହୋଇଥିବା ବେଳେ ସେ କୋଚି ନିକଟସ୍ଥ ମରାଡୁର ନିବାସୀ ଅଟନ୍ତି ।

ଜଣାପଡ଼ିଛି ଯେ, ଓନାମ ବମ୍ପର ଲଟେରୀର ବିଜେତା ଘୋଷଣା ପରେ ଜୟପାଳନଙ୍କ ଭାଗ୍ୟ ଚମକିଛି । ଗତ ରବିବାର ଦିନ ଲଟେରୀ ଘୋଷଣା କରାଯାଇଥିବା ବେଳେ ବିଜେତାଙ୍କ ଟିକେଟ ନମ୍ବର ଥିଲା ଟିଇ ୬୪୫୪୬୫ । ଗତ ୧୦ ତାରିଖରେ ତ୍ରିପୁନିଥୁରାରୁ ସେ ଏହି ଟିକେଟ କିଣିଥିଲେ ବୋଲି ଜୟପାଳନ ଲଟେରୀ ଜିତିବା ପରେ କହିଛନ୍ତି । ଜୟପାଳନ ୧୨ କୋଟିର ଲଟେରୀ ଜିତିଥିଲେ ହେଁ ଟ୍ୟାକ୍ସ ଭରଣା କରିବା ପରେ ତାଙ୍କୁ ଏବେ ୭ କୋଟି ଟଙ୍କା ମିଳିବ । ଥିରୁବନନ୍ତପୁରମରେ ଗୋର୍କି ଭବନରେ ବମ୍ପର ଲଟେରୀର ଫଳାଫଳ ଘୋଷଣା କରାଯାଇଥିଲା । ଏହି ଲକି ଡ୍ରକୁ ରାଜ୍ୟ ଅର୍ଥମନ୍ତ୍ରୀ କେ.ଏନ୍. ବାଲଗୋପାଲ ଉଦଘାଟନ କରିଥିବା ବେଳେ ରାଜ୍ୟର ପରିବହନ ମନ୍ତ୍ରୀ ଏଣ୍ଟନୀ ରାଜୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ପୂର୍ବରୁ ରାଜ୍ୟରେ ୫୪ ଲକ୍ଷ ଟିକେଟ୍ ବିକ୍ରି ହୋଇଥିବା ବେଳେ ସମସ୍ତ ଟିକେଟଧାରୀଙ୍କ ମଧ୍ୟରୁ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.