fbpx

ନବରାତ୍ରିରେ ଶ୍ରୀଦୁର୍ଗା ସପ୍ତଶତୀ ପାଠ କଲେ ଦୂର ହୋଇଯିବ ଜୀବନର ସମସ୍ତ ସମସ୍ୟା

ଶାରଦୀୟ ନବରାତ୍ରିରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ଓ ତାଙ୍କର କୃପା ଲାଭ କରିବା ପାଇଁ ସପ୍ତଶତୀ ପାଠ କରିବା ବିଧି ବିଧାନ ରହିଛି । ଦୁର୍ଗା ସପ୍ତଶତୀରେ ମୋଟ ୧୩ଟି ଅଧ୍ୟାୟ ରହିଥିବା ବେଳେ ଏହାକୁ ନବରାତ୍ରିରେ ପଢ଼ିଲେ ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ । ପାରିବାରିକ, ଧନ ସହିତ ଆପଣଙ୍କର ସମସ୍ତ ସମସ୍ୟାକୁ ଦୂର କରିବାରେ ଏହା ସହାୟକ ହୋଇଥାଏ । ଚଳିତ ବର୍ଷ ଶାରଦୀୟ ନବରାତ୍ରି ଗୁରୁବାର ଦିନ ଆରମ୍ଭ ହେଉଥିବା ବେଳେ ଦୁର୍ଗା ସପ୍ତଶତୀ ପାଠ କରିବା ସମୟରେ ଏହିସବୁ ନିୟମ ମାନିବା ଉଚିତ୍ ।

୧- ସାଧାରଣତଃ କୌଣସି ଶୁଭ କାର୍ଯ୍ୟ ଗଣେଶ ପୂଜନରୁ ଆରମ୍ଭ ହୋଇଥାଏ । ତେଣୁ ଦୁର୍ଗା ସପ୍ତସତୀ ପାଠ କରିବା ପୂର୍ବରୁ ଗଣେଶ ପୂଜନ କରନ୍ତୁ । ପୂଜା କରିବା ପୂର୍ବରୁ ଶ୍ରୀଦୁର୍ଗା ସପ୍ତଶତୀ ପୁସ୍ତକକୁ ପରିଷ୍କାର ସ୍ଥାନରେ ଲାଲ କପଡ଼ା ବିଛାଇ ରଖନ୍ତୁ । ଏହାପରେ କୁମକୁମ, ଚାଉଳ ଓ ପୁଷ୍ପ ପୂଜା କରିବା ସହ ନିଜର ମଥାରେ ରୋଲି ଲଗାଇ ପୂର୍ବ ଦିଗକୁ ଚାହିଁ ରୁହନ୍ତୁ ।

୨- ଦୁର୍ଗା ସପ୍ତଶତୀର ପ୍ରତ୍ୟେକ ମନ୍ତ୍ର ବ୍ରହ୍ମା, ବଶିଷ୍ଠ ଓ ବିଶ୍ୱାମିତ୍ରଙ୍କ ଦ୍ୱାରା ଶାପ ପ୍ରାପ୍ତ ହୋଇଥାଏ । ତେଣୁ ଏହାକୁ ପାଠ କରିବା ପୂର୍ବରୁ କବଚ, ଅର୍ଗଲା ଓ କିଲକ ସ୍ତୋତ୍ର ଦ୍ୱାରା ଶାପୋଦ୍ଧାର କରିବା ଉଚିତ । ନଚେତ୍ ଏଥିରେ ଫଳପ୍ରାପ୍ତି ହୋଇନଥାଏ ।

୩- ଯଦି ଗୋଟିଏ ଦିନରେ ପାଠ ସମାପ୍ତ କରିନପାରିବେ, ତେବେ ପ୍ରଥମେ କେବଳ ମଧ୍ୟମ ଚରିତ୍ରକୁ ଓ ଦ୍ୱିତୀୟ ଦିନ ଶେଷ ଦୁଇ ଚରିତ୍ରକୁ ପାଠ କରନ୍ତୁ । ଏହାବ୍ୟତୀତ ବିକଳ୍ପ ଭାବେ ଏକ ଦୁଇ, ଏକ ଚାର, ଦୁଇ ଏକ ଓ ଦୁଇ ଅଧ୍ୟାୟ କ୍ରମରେ ସାତ ଦିନରେ ସମାପ୍ତ କରନ୍ତୁ ।

୪- ଯଦି ଶ୍ରୀଦୁର୍ଗା ସପ୍ତଶତୀ ସଂସ୍କୃତରେ ପାଠ କରିବାରେ ସମସ୍ୟା ହେଉଛି, ତେବେ ହିନ୍ଦିରେ ମଧ୍ୟ ଏହାକୁ ପାଠ କରିପାରିବେ । ପାଠ କରିବା ସମୟରେ ଏହାର ଉଚ୍ଚାରଣ ସ୍ପଷ୍ଟ ହେବା ସହ ବିନୟପୂର୍ବକ ମନୋଭାବ ରହିବା ଦରକାର ।

୫- ଏହାକୁ ପାଠ କରିବା ପୂର୍ବରୁ ଓ ପରେ ନିର୍ବାଣ ମନ୍ତ୍ର ‘ଓଁ ଏଁ ହ୍ରୀଂ କ୍ଲୀଂ ଚାମୁଣ୍ଡାୟେ ବିଚ୍ଚେ’ ପାଠ କରିବା ଅନିବାର୍ଯ୍ୟ । ଏହି ଗୋଟିଏ ମନ୍ତ୍ରରେ ଓଁକାର, ମା’ ସରସ୍ୱତୀ, ମା’ ଲକ୍ଷ୍ମୀ ଓ ମା’ କାଳୀଙ୍କ ବୀଜମନ୍ତ୍ର ନିହିତ ରହିଥାଏ । ଶ୍ରୀଦୁର୍ଗା ସପ୍ତଶତୀ ପାଠ କରିବା ସମୟରେ ହୁଏତ ଆପଣଙ୍କର କୌଣସି ତ୍ରୁଟି ହୋଇଯାଇଥିବ, ତେଣୁ ଶେଷରେ କ୍ଷମା ପ୍ରାର୍ଥନା ନିଶ୍ଚିତ ଭାବେ କରନ୍ତୁ ।

Get real time updates directly on you device, subscribe now.