fbpx

ପ୍ରତିଦିନ ଘରର ଏହି ୩ଟି ସ୍ଥାନରେ ଲଗାନ୍ତୁ ଦୀପ; ଦୂର ହୋଇଯିବ ଟଙ୍କାର ଅଭାବ, ଆସିବ ସୁଖ-ସମୃଦ୍ଧି

ଓଡ଼ିଶା ଭାସ୍କର ବ୍ୟୁରୋ: ଧନ ପ୍ରାପ୍ତି ପାଇ ମା ଲକ୍ଷ୍ମୀଙ୍କର ଆର୍ଶୀବାଦ ରହିବା ନିହାତି ଜରୁରୀ । ତେଣୁ ଲୋକ ମାନେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ଆପଣ ଘରେ ଠିମ୍ ସ୍ଥାନରେ ଓ ଦିଗରେ ଦୀପ ପ୍ରଜଳ୍ୱନ କରିବା ଦ୍ୱାରା ମା’ ଲକ୍ଷ୍ମୀ ଖୁବ୍ ପ୍ରସନ୍ନ ହୋଇ କୃପା କରିବେ ।

ଏହି ଦିଗରେ ଲଗାନ୍ତୁ ଦୀପ:

ବାସ୍ତୁ ଶାସ୍ତ୍ରରେ ଦିଗର ବହୁତ ମାନ୍ୟତା ରହିଛି । ଏଥିରେ ପ୍ରତିଟି କାମ ପାଇଁ ଏକ ନିର୍ଦ୍ଦିଷ୍ଟ ଦିଗ ରହିଥାଏ । ଅଧିକାଂଶ ଲୋକ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଉତ୍ତର ଦିଗରେ ଦୀପ ଲଗାନ୍ତି ହେଲେ ଏହା ହେଉଛି କୁବେରଙ୍କ ଦିଗ । ଖୁବ୍ କମ୍ ଲୋକ ଜାଣିଥିବେ ଯେ, ଦକ୍ଷିଣ ଦିଗ ହେଉଛି ମୃତ୍ୟୁର ଦେବତା ଯମଙ୍କ ଦିଗ ହେବା ସହିତ ମା’ ଲକ୍ଷ୍ମୀଙ୍କ ଦିଗ ମଧ୍ୟ । ଯଦି ଆପଣ ଧନ ପ୍ରାପ୍ତିରେ କୌଣସି ସମସ୍ୟାର ସାମନା କରୁଛନ୍ତି ତେବେ ପ୍ରତିଦିନ ରାଶି ତେଲରେ ଦୀନ ଜାଳନ୍ତୁ । ଏହା କରିବା ଦ୍ୱାରା ଦରିଦ୍ରତା ଦୁର ହେବା ସହିତ ମା’ଙ୍କ କୃପା ହେବ ।

ତୁଳସୀ ଗଛ ସାମନାରେ ଲଗାନ୍ତୁ ଦୀପ:

ପୂର୍ବରୁ ଲୋକମାନେ ତୁଳସୀଙ୍କୁ ଘରର ପ୍ରାଙ୍ଗଣରେ ଲଗାଉଥିଲେ ଏବଂ ପ୍ରତିଦିନ ଏହାକୁ ପୂଜା କରୁଥିଲେ। ଆଜିର ସମୟରେ, ଯଦିଓ ଘରର ଆକାର ବଦଳିଛି, ତଥାପି ତୁଳସୀଙ୍କୁ ଘରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଯେଉଁ ଘରେ ତୁଳସୀ ଗଛରେ ପ୍ରତିଦିନ ଜଳସେଚନ କରାଯାଏ ଏବଂ ଦୀପ ଜଳାଯାଏ, ସେଠାରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ । ଯେଉଁଥିପାଇଁ ଘରେ ସବୁବେଳେ ସୁଖ ଏବଂ ସମୃଦ୍ଧତା ରହିଥାଏ ।

ଏଠାରେ ବି ଲଗାନ୍ତୁ ଦୀପ:

ତୃତୀୟ କଥା ହେଉଛି ଘରକୁ ସବୁବେଳେ ସଫା ସୁତୁରା ରଖିବା ସହିତ ଘରର ମୁଖ୍ୟ ଦ୍ୱାରରେ ଦୀପ ଲଗାନ୍ତୁ । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ମୁଖ୍ୟ ଦ୍ୱାରରେ ରାଶି ତେଲରେ ଦୀପ ଜଳାନ୍ତୁ । ଏହା ଦ୍ୱାରା ନକାରାତ୍ମକ ଶକ୍ତି ଘରକୁ ଆସି ପାରିବ ନାହିଁ । ଘରେ ସକାରାତ୍ମକ ଶକ୍ତି ବଢ଼ିଥାଏ । ଫଳରେ ଘରକୁ ସୁଖ ଓ ସମୃଦ୍ଧିର ଆଗମନ ହୋଇଥାଏ ।

 

Get real time updates directly on you device, subscribe now.