fbpx

ଲିଙ୍ଗରାଜରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ମନା

ଭୁବନେଶ୍ବର୧୩ ।୧୧(ଓଡିଶା ଭାସ୍କର) : କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପିଣ୍ଡଦାନ ଉପରେ ମଧ୍ୟ କଟକଣା ଲାଗିଯାଇଛି । ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ, ପିଣ୍ଡଦାନ୍‌କୁ ବ୍ୟାନ୍‌ କରିଛି ବିଏମ୍‌ସି। ପୁରୀ ଶ୍ରୀମନ୍ଦିର ଆଗରେ ମଧ୍ୟ କାଉଁରିଆ କାଠି ଜାଳି ପାରିବେନି ଶ୍ରଦ୍ଧାଳୁ  ବୋଲି କଟକଣା ଲାଗିଛି ।  ଘରେ ରହି ପୟା ଶ୍ରାଦ୍ଧ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଛି । ସମସ୍ତ ପର୍ବ ପର୍ବାଣୀ ଉପରେ ବେଶ୍‌ ଭାରି ପଡିଛି କରୋନା। ଚଳିତ ବର୍ଷ ସମସ୍ତ ପର୍ବ ପର୍ବାଣୀ କଟକଣା ଭିତରେ ପାଳିତ ହୋଇଥିବାବେଳେ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଛି।

Get real time updates directly on you device, subscribe now.