fbpx

ପିପିଲି ଉପନିର୍ବାଚନ ୪ ମାସ ଘୁଞ୍ଚାଇବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : ପିପିଲି ଉପନିର୍ବାଚନ ଘୁଞ୍ଚାଇବା ପାଇଁ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଛି । ବରିଷ୍ଠ ଆଇନଜିବୀ ସୂର୍ଯ୍ୟକାନ୍ତ ପାଢୀ ଏନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ବଢୁଥିବା କରୋନା ସଂକ୍ରମଣକୁ ଦେଖି ଆସନ୍ତା ୪ ମାସ ଯାଏ ନିର୍ବାଚନ ସ୍ଥଗିତ ରଖିବା ଲାଗି ଏଥିରେ ଆବେଦନ କରାଯାଇଛି । ସୂଚନା ଅନୁସାରେ ପିପିଲି ଉପନିର୍ବାଚନ ପାଇଁ ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବାର ଥିଲା । ହେଲେ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା । ପରେ ମେ’ ୧୩ ନିର୍ବାଚନ ହେବା ପାଇଁ ତାରିଖ ଘୋଷଣା କରାଯାଇ ଥିଲା । କିନ୍ତୁ ସେ ଦିନ ଇଦ୍ ପଡୁଥିବାରୁ ନିର୍ବାଚନକୁ ମେ’ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ସେପଟେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ୮ ହଜାର ୯୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୦ ହଜାର ୬୩୭କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଜଣ ସଂକ୍ରମିତ ହୋଇଛନ୍ତି ।

 

Get real time updates directly on you device, subscribe now.