fbpx

Liver Cancer ମୃତ୍ୟୁସଂଖ୍ୟା ଆସନ୍ତା ୨୦୪୦ ସୁଦ୍ଧା ୫୫ ପ୍ରତିଶତ ବୃଦ୍ଧି ପାଇବ: Research

ନୂଆଦିଲ୍ଲୀ: ବର୍ତ୍ତମାନ ଲିଭର ବା ଯକୃତ କ୍ୟାନସର ଏକ ଭୟଙ୍କର ରୋଗ ଭାବେ ଉଭା ହୋଇଛି । ନିକଟରେ ମିଳିଥିବା ରିପୋର୍ଟ ମୁତାବକ, ଗତ ୨୦୨୦ରେ ଲିଭର କ୍ୟାନସର ବିଶ୍ୱର ୪୬ଟି ଦେଶକୁ ବ୍ୟାପିଛି । ତେବେ ଲିଭର କ୍ୟାନସରକୁ ନେଇ ଏକ ନୂଆ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି । ଆଗକୁ ଲିଭର କ୍ୟାନସର ସଂଖ୍ୟା ବୃଦ୍ଧି ପାଇବ । ୨୦୪୦ ସୁଦ୍ଧା ଏହାର ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ୫୫ ପ୍ରତିଶତ ବଢ଼ିବ ବୋଲି ମିଳିତ ଜାତିସଂଘର ତତ୍ତ୍ୱାବଧାନରେ କରାଯାଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି ।

ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର (ଆଏଆରସି / ହୁ) ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟେକ ବର୍ଷ ଲିଭର କ୍ୟାନସର କାରଣରୁ ରୋଗଜନିତ ଚାପ ବୃଦ୍ଧି ପାଉଛି । ଆଲକହଲ, ଓଜନ ବୃଦ୍ଧି, ଟାଇପ୍ ଟୁ ଡାଇବେଟିସ, ହେପାଟାଇଟିସ ବି ଓ ସି ଭାଇରସ ମୁଖ୍ୟ ଆଶଙ୍କା ବଢ଼ାଉଛି । ଯଦି ଏହାର ନିୟନ୍ତ୍ରଣର ପ୍ରୟାସକୁ ପ୍ରାଥମିକତା ଦିଆଯିବ ତେବେ ଏହାକୁ ନିଶ୍ଚିତ ଭାବେ ରୋକିବା ସମ୍ଭବପର ହେବ ।

ବିଶ୍ୱର ୧୮୫ଟି ଦେଶରେ ୩୬ ପ୍ରକାରର କ୍ୟାନସର ଦେଖିବାକୁ ମିଳିଛି । ଗତ ୨୦୨୦ରେ ବିଶ୍ୱ ସ୍ତରରେ ୯,୦୫,୭୦୦ ବ୍ୟକ୍ତି ଏହି ରୋଗରେ ଚିକିତ୍ସିତ ହୋଇଥିବା ବେଳେ ୮,୩୦,୨୦୦ ଜଣ ମୃତ୍ୟୁବରଣ କରିଥିଲେ । ୪୬ଟି ଦେଶର କ୍ୟାନସର ମୃତ୍ୟୁର ଟପ୍ ତିନୋଟି କାରଣ ମଧ୍ୟରେ ଲିଭର କ୍ୟାନସର ରହିଛି । ସେହିପରି ପାଖାପାଖି ୧୦୦ଟି ଦେଶର କ୍ୟାନସର ମୃତ୍ୟୁର ଟପ୍ ପାଞ୍ଚଟି କାରଣ ମଧ୍ୟରେ ଲିଭର କ୍ୟାନସର ରହିଛି ।

Get real time updates directly on you device, subscribe now.